csstore

ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବନମହୋତ୍ସବ ଅବସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ବନଖଣ୍ଡର ସହକାରୀ ବନ ସଂରକ୍ଷକ ଗିରିଧାରୀ ନାଗ ଯୋଗଦାନ କରି ବୃକ୍ଷ ରୋପଣ ସହ ତାହାର ସଂରକ୍ଷଣର ଆବଶ୍ୟକତା ବିଷୟରେ ମତ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଓ ଶିକ୍ଷାବିତ୍ ସମ୍ପଦ ଖମାରୀ ଯୋଗଦେଇ ବୃକ୍ଷରୋପଣର ମହତ୍ୱ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମବେତ ଛାତ୍ରଛାତ୍ରୀଙ୍କ ସହ ଗଛ ଲଗାଇବା ସହ ଯତ୍ନ ନେବା ପାଇଁ ଶପଥ କରାଇଥିଲେ । ଛାତ୍ରୀ ଶ୍ରୀମୟୀ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ କୋଶଲ ସୁନ୍ଦରୀ ପାୟଲ ବିଶ୍ଵକର୍ମା ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଆୟୋଜିତ ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିଲେ ଓ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ, ସଞ୍ଜୀବ କୁମାର ପୂଜାରୀ, ଆଲୁମିନି ସଦସ୍ୟ କିରନ କୁମାର ପଟେଲ, ଲିପି ପ୍ରଧାନ, କର୍ମଚାରୀ ସୁରଜ୍ ଖମାରୀ, ସମୀର କଠାର, ବିଭୀଷଣ ଖମାରୀ ଓ ମିନିକେତନ ଦାସ ସହାଯୋଗ କରିଥିଲେ ।

jayashree
Leave A Reply

Your email address will not be published.