jsm

ଜୟପାଟଣା ବ୍ଲକ ସ୍ତରୀୟ ୱାଟର ସେଡ ମହୋତ୍ସବ ପାଳିତ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ୱାଟର ସେଡ୍ ମହୋତ୍ସବ ୨୦୨୫-୨୬ ମହା ସମାରୋହକ୍ଷର ପାଳିତ ହୋଇଯାଇଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଖେଳ ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ ସାତଟି ପଞ୍ଚାୟତର କାର୍ଯ୍ୟରତ କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ଉପଭୋକ୍ତାମାନେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ଵାରା ସମର୍ପିତ ଏହି ବିକାଶଶୀଳ ଯୋଜନାରେ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ସହିତ ସଂପୃକ୍ତ ଅଞ୍ଚଳର ଆର୍ଥିକ, ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ସଚେତନତା ସହିତ ସମସ୍ତଙ୍କ ସଂପୃକ୍ତି ପାଇଁ ଆହ୍ୱାନ ଦିଆଯାଇଥିଲା । ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ୱାଟର ସେଡ୍‌ ଉନ୍ନୟନ ଅଂଶ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଅନ୍ତର୍ଗତ ଆସୁଥିବା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂକଳ୍ପ ନିଆଯାଇଥିଲା । ଏହି ଅବସରରେ ଅଧିକାରୀ, ପ୍ରତିନିଧି, ସଫଳ ଚାଷୀମାନେ ଉପସ୍ଥିତ ରହି ବିଭିନ୍ନ କିସମର ଚାଷ, ଜଳ ସଂରକ୍ଷଣ, ପଶୁ ସମ୍ପଦ, ଡାଲି, ତୈଳବୀଜ, ପନିପରିବା, ଫଳ ଚାଷ ଆଦିକୁ ପରିବର୍ତ୍ତିତ ଚାଷ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା । ସମାରୋହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଷାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ମଳୟ ସିଂ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଶୈଳେନ୍ଦ୍ର ଭତ୍ରା, ସହକାରୀ କୃଷି ଅଧିକାରୀ ଝରଣା ନାଏକ, ଜୟପାଟଣା ୱାଟର ସେଡ୍‌ ବିଭାଗର ପୁଷ୍ପଲତା ହେମ୍ବ୍ରମ, ଅବସର ପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଆଶ୍ରଫ ଅଲ୍ଲୀ, କୃଷି ବୀର ଜଗମୋହନ ପଟ୍ଟନାୟକ, ସରପଞ୍ଚ ଚନ୍ଦନ ପୁଝାରୀ, ଶ୍ରୀମତୀ ପୁଝାରୀ, ସମତି ସଭ୍ୟ ସତ୍ୟାନନ୍ଦ ପୁଝାରୀ, ଡାଳିମ୍ବ ବାଗ, ଗୋବିନ୍ଦ ମୁଣ୍ଡ, ଚତୁର ସୁନା, ନବୀନ ଧଙ୍ଗଡା ମାଝୀ, ଯଶୋବନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଭିତ୍ତିକ ଘୁମୁରା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଇଶ୍ମାଇଲ ବାଗ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.