jsm

ଚଟୁଅନକାରେ ବିଶ୍ୱ ପରିବେଶ ଦିବସ ପାଳିତ

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ବିଶ୍ୱ ପରିବେଶ ଦିବସ ପ୍ରକୃତିମିତ୍ର ପ୍ରାପ୍ତ ଅନୁଷ୍ଠାନ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବ ଓ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ପାଳିତ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଆଦର୍ଶ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଦିବାସୀ କ୍ଲବର ସଭାପତି ସହଦେବ ମାଝୀ, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କିଶୋର ବରିହା, ସମାଜସେବୀ ଦେବାନନ୍ଦ ବଏ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଯୋଗ ଦେଇଥିଲେ । ସଭାରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା ଓ ‘ମାଁ ପାଇଁ ଗଛଟିଏ’ ବିଷୟକୁ ଆଧାର କରି ଗଛ ଚିତ୍ର କରିବାକୁ କୁହାଯାଇଥିଲା । ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ । ସଭାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତାପରେ ସମସ୍ତେ ବେନର ଧରି ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ । ପରିଶେଷରେ ଚଟୁଅନକାସ୍ଥିତ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଏସିଂ ପୁଟେଲ, ଝସକେତନ ଦାସ, ରଙ୍କିତ ଦାସ, ଚକ୍ରଧର ମାଝୀ, ଅଭିମନ୍ୟୁ ଛତ୍ରିଆ, ବୈଲୋଚନ ମାଝୀ, ନନ୍ଦ ମାଝୀ, ଜଗବନ୍ଧୁ ପୁଟେଲ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.