csstore

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀକୁ ଗୁରୁ ଭଗବାନ ସାହୁ ମହୋତ୍ସବ ଭାବେ ପାଳନ କରାଯିବ

ବରଗଡ଼, (ନିରୋଜ କୁମାର ପାଣୀ) : ଡ. ତପସ୍ୱିନୀ ଗୁରୁଙ୍କ ସଭାପତିତ୍ୱରେ ଏବଂ ସଂପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ସଂଯୋଜନାରେ ଚଳିତ ବର୍ଷଠାରୁ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀକୁ ଗୁରୁ ଭଗବାନ ସାହୁ ମହୋତ୍ସବ ଭାବେ ପାଳନ କରାଯିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୨୨ ତାରିଖ ଶନିବାର ଦିନ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ଉକ୍ତ ମହୋତ୍ସବ ପାଳନ କରାଯିବ । ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଧିବାମନ ଶତପଥୀ, ଯୁଗଳ ପ୍ରସାଦ ସିଂ, କୃଷ୍ଣ ଚନ୍ଦ୍ର ପଣ୍ଡା, ସର୍ଦାର ପ୍ରୀତମ ସିଂ, ଡ. ରବି ନାରାୟଣ ସାହୁ, ସନ୍ତୋଷ କୁମାର ଦାଶ, ଉଦ୍ଧବ ବେହେରା, ବିମଳ କୃଷ୍ଣ ମିଶ୍ର, ପଞ୍ଚାବନ ବାରିକ, ନୂରାବତୀ ସାହୁ, ସଂଗୀତା ଦୀପ, ସନ୍ତୋଷିନୀ ନାଗ, ଅରୁଣ କୁମାର ସାହୁ, ମନୋଜ ବାଗ, ମାନସ ରଞ୍ଜନ ଦାଶ, ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ତୁଳସୀ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.