
ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରାଉରକେଲା ସଚେତନ ନାଗରିକ ମଞ୍ଚ, ତାର ଜଣେ ବରିଷ୍ଠ ତଥା ସ୍ୱାଭିମାନୀ ସଦସ୍ୟ ଚନ୍ଦ୍ରଶେଖର ଶତପଥୀଙ୍କ ସେକ୍ଟର ୨୦ ସ୍ଥିତ ବାସଭବନରେ ଏହି ଦିବସ ମର୍ଯ୍ୟାଦାର ସହ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ ଓ ବରିଷ୍ଠ ସଦସ୍ୟ ଶ୍ରୀ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିବା ସହ, ଅନୁଷ୍ଠାନ ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା, ପରଷ୍ପର ମଧ୍ୟରେ ସହାନୁଭୂତି ସର୍ବୋପରି ସମାଜ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମକୁ ଅଧିକ ଶାଣିତ ଓ ଲୋକ ହିତରେ କାର୍ଯ୍ୟ କରିବ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ଅରବିନ୍ଦ ଦାସ, ଚିତ୍ତରଞ୍ଜନ ଦାସ, ରମେଶ ଚନ୍ଦ୍ର ସେଠୀ, ସଂଗ୍ରାମ କେଶରୀ ଭୁୟାଁ, ଶ୍ରୀମନ୍ତ ବର୍ମା, ଡା. ବସନ୍ତ କୁମାର ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସସ୍ମିତା ପ୍ରଧାନ, ଅଟମ ରଥ, ଅକ୍ଷୟ କୁମାର ଜେନା, ସରୋଜ ଦାସ, ବିମଳ ଚନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ରାଉତ, ଗଙ୍ଗାଧର ଦାଶ, ଚନ୍ଦ୍ରଭାନୁ ରାଉତ, ଆରତୀ କର, ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ରହି ସମ୍ପ୍ରତ୍ତି ସାମାଜିକ ଜୀବନର ଅବକ୍ଷୟକୁ ରୋକିବା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।