
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଭୀମଭୋଇ ସମାଧି ପୀଠ ଠାରେ ବ୍ଲକସ୍ତରୀୟ ୧୨ ତମ ଯୋଗ ଦିବସ ପାଳନ ହୋଇଯାଇଛି । ଯୋଗ ସମିତି ସଦସ୍ୟ, ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ସୁପର ଭାଇଜର, ବରିଷ୍ଠ ନାଗରିକ, ରାଜନେତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗାଭ୍ୟାସ କରି ଶପଥ ପାଠ କରିଥିଲେ । ମୁଖ୍ୟ ଅତିଥି ତଥା ସୋନପୁର ବିଡିଓ ପ୍ରତୀକ କରଙ୍କ ଅଧ୍ୟକ୍ଷତା ଓ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ଏଇଇ ବୈଜୟନ୍ତି କର୍ଣ୍ଣ, ଏଇ ରାଜେନ୍ଦ୍ର ମଣ୍ଡଳ, ଡବ୍ଲୁଇଓ ସୌରଭ ଦାନୀ, ଜେଇ ସୁପ୍ରିୟା ଗୁରୁ, ଏମ୍ଆଇ ପ୍ରତ୍ୟାସା ମିଶ୍ର, ବିପିଏମ୍ ସୁବ୍ରତ ମେହେର, ପିଇଓ ଅଞ୍ଜଳି ପାଣିଗ୍ରାହୀ, ବ୍ଲକର ସମସ୍ତ କର୍ମଚାରୀ, ସିଆରପି, ଏମବିକେ, ଆଶା କର୍ମୀ ସମସ୍ତେ ସହଯୋଗ କରିଥିଲେ । ଅଞ୍ଜଳି ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।