jayashree

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗର୍ଭିଣୀ ଗାଈ ମୃତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଟାଟା ପାୱାରର ଖାମଖିଆଲି ନୀତି ଯୋଗୁଁ ଆଜି ଏକ ଗର୍ଭିଣୀ ଗାଈର ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ସହର ଉପକଣ୍ଠ ସୋନପୁର ବିନିକା ରାସ୍ତାର ପାଣିସିଆଲି ପେଟ୍ରୋଲ ପମ୍ପ ସାମନାରେ ଟାଟା ପାୱାର କମ୍ପାନୀର ଖାମଖିଆଲି ନୀତି ଯୋଗୁଁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ଦୀର୍ଘଦିନ ହେବ ଖୁଣ୍ଟରୁ ଛିଣ୍ଡି ତଳେ ପଡିଥିବା କେବୁଲର ସଂସ୍ପର୍ଶରେ ଆସି ଗର୍ଭିଣୀ ଗାଈର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୋନପୁର ସୂତାକଳ ନିକଟସ୍ଥ ଡି କଲୋନୀର ରାମଗୋପାଳ ସାହୁଙ୍କ ଏକ ଗର୍ଭିଣୀ ଗାଈ ସହ ଆଉ କିଛି ଗାଈ ଚରୁଥିବା ସମୟରେ ଟାଟା ପାୱାର ଦ୍ୱାରା ଲଗାଯାଇଥିବା ବିଦ୍ୟୁତ ଖୁଣ୍ଟରୁ ଛିଣ୍ଡି ପଡିଥିବା ତାର ସଂସ୍ପର୍ଶରେ ଆସିଯାଇ ଛଟପଟ ହୋଇଥିଲେ । ସୌଭାଗ୍ୟବସତଃ ଘଟଣାସ୍ଥଳରୁ ୨ ଗୋଟି ଗାଈ ଛିଟିକି ପଡି ବଞ୍ଚିଯାଇଥିବା ବେଳେ‌ ଏକ ଗର୍ଭିଣୀ ଗାଈ ମୃତ୍ୟୁବରଣ କରିଛି । କିଛି ମାସ ପୂର୍ବରୁ ଗୋରୁ ମାଲିକ ରାମଗୋପାଳ ଉକ୍ତ ଗାଈକୁ ୩୦ ହଜାର ଟଙ୍କା ଦେଇ ଗୃପ୍ ଲୋନ୍ କରି କିଣିଥିବା ବେଳେ ଉକ୍ତ ଗାଈହିଁ ତାଙ୍କର ପୁଞ୍ଜି ଥିଲା‌ । ହେଲେ ତାଙ୍କର ଏକମାତ୍ର ଭରସାଥିବା ଗାଈଟିର ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଓ ଟାଟା ପାୱାରର ଦାୟିତ୍ୱହିନତାକୁ ଦାୟୀ କରି ଶୀଘ୍ର କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.