csstore

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲରେ ବନ୍ଦ ପାଳନ

  • ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ସୋମବାର କୋଶଳ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲରେ ବନ୍ଦ ପାଳନ କରାଯାଇଛି । ଏହି ଅବସରରେ କୋଶଲ ସଂଘର୍ଷ ବାହିନୀର ସଦସ୍ୟମାନେ ଥାନା ଛକ, ବନ ବିଭାଗ କାର୍ଯ୍ୟାଳୟ ଛକ ଠାରେ ବାଉଁଶ ଦେଇ ରାସ୍ତା ଅବରୋଧ କରିବା ସହ ଥାନା ଛକରେ ଧାରଣା ଦେଇଥିଲେ । କୋଶଲ ସଂଘର୍ଷ ବାହିନୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦଶ ଦଫା ସମ୍ବଳିତ ଦାବୀପତ୍ର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପ୍ରଦାନ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ହରିଶଙ୍କରରେ ରୋପୱେ ନିର୍ମାଣ, ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଘୋଷଣା, ହରିଶଙ୍କର ରାସ୍ତାରେ ପଥପ୍ରାନ୍ତ ନିବାସ, ହରିଶଙ୍କରକୁ ଇକୋ ଟୁରିଯିମ ଘୋଷଣା ପ୍ରମୁଖ ଦାବୀ ରହିଛି । ବିମଳ ରଞ୍ଜନ ସାହୁ , ଚିତ୍ତ ରଞ୍ଜନ ବାଗ, ସରୋଜ ସାହୁ, ସୂର୍ଯ୍ୟକାନ୍ତ ସାହୁ, ବିଜୁ ବାରିକ, ଶିବା ସୁନା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଧୃବ ସରାଫ, ବୈଜୟନ୍ତୀ ସରାଫ, ବନମାଳୀ ନାଏକ, ସିପୁନ ଖମାରୀ, ଲକ୍ଷ୍ମୀ ଶବର, ପୁରନ୍ଦର ସାହୁ, ସୁଶୀଳ ଗୁରୁ, ଜନସନ ନାଗ ପ୍ରମୁଖ ଶତାଧିକ ଯୁବକ ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଉପରେ ତୀବ୍ର ବର୍ଷି ଥିଲେ । ଏହି ଅବସରରେ ସରକରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦର ପ୍ରଭାବ ହରିଶଙ୍କର ଏବଂ ଧଣ୍ଡାମୁଣ୍ଡାରେ ମଧ୍ୟ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଖପ୍ରାଖୋଲ ଥାନା ଅଧିକାରୀ ରମା କାନ୍ତ ସାହୁ , ଲାଠୋର ଥାନା ଅଧିକାରୀ ଝସକେତନ୍ ଭୋଇଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା ।

jayashree
Leave A Reply

Your email address will not be published.