csstore

୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ କଳାକାର ଚୟନ ହେବ । ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ଗ୍ରହଣ କରଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇ ଉକ୍ତ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଜିଲ୍ଲାପାଳ ତଥା ମହୋତ୍ସବ ସମିତିର ସଭାନେତ୍ରୀ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ୭୫ତମ ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ କରାଯିବାକୁ ଥିବା ବେଳେ ଏଥି ନିମିତ୍ତ ଏକ ସ୍ମାରକୀ ତୋରଣ ନିର୍ମାଣ ପାଇଁ ନିଷ୍ପତ୍ତି ଗୃହିତ ହୋଇଥିଲା । କାର୍ଯ୍ୟକାରୀ କମିଟି ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସମ୍ପାଦକ ସୁରେଶ୍ୱର ଶତପଥୀ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଡେପୁଟି କଲେକ୍ଟର ସୁମରି ପଣ୍ଡା, ସରକାରୀ ଓକିଲ ଦେବଦତ୍ତ ମିଶ୍ର ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.