oom

ପାକିସ୍ତାନର ସ୍ୱୀକାର : ତାଲିବାନର ସବୁଠାରୁ ବଡ ‘ସଂରକ୍ଷକ’ ବୋଲି କହି ସଂଗଠନକୁ ମଜବୁତ କରିଥିବା ପ୍ରକାଶ କଲା

jsmm

ଇସ୍‌ଲାମାବାଦ : ତାଲିବାନକୁ ନେଇ ପାକିସ୍ତାନରୁ ଏକ ବଡ ବିବୃତ୍ତି ଆସିଛି । ବାସ୍ତବରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ସ୍ୱୀକାର କରିଛନ୍ତି ଯେ, ଇସଲାମାବାଦ ବହୁ ପୂର୍ବରୁ ତାଲିବାନର ରକ୍ଷକ ରହିଆସିଛି । ରସିଦ କହିଛନ୍ତି ଯେ, ଆମେ ଏହାକୁ ଆଶ୍ରୟ ଦେଇ ସଂଗଠନକୁ ମଜବୁତ କରିବା ପାଇଁ କାର୍ୟ୍ୟ କରିଛୁ, ଏହାର ଫଳ ଆଜି ସମସ୍ତେ ଦେଖିପାରିବେ । ୨୦ ବର୍ଷ ପରେ ଏହି ଗୋଷ୍ଠୀ ପୁଣିଥରେ ଆଫଗାନିସ୍ତାନ ଉପରେ ଶାସନ ଆରମ୍ଭ କରିଛି । ରସିଦ ଆହୁରି କହିଛନ୍ତି ଯେ, ଆମେ ପାକିସ୍ତାନରେ ତାଲିବାନକୁ ଆଶ୍ରୟ, ଶିକ୍ଷା ଏବଂ ଘର ଦେଇଛୁ । ଆମେ ସେମାନଙ୍କ ପାଇଁ ସବୁକିଛି କରିଛୁ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଅଗଷ୍ଟ ୨୮ରେ ଏକ ବିବାଦୀୟ ବିବୃତ୍ତି ଦେଇ କହିଥିଲେ ଯେ, ଇସଲାମାବାଦ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବ । ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ (ୟୁଏନ୍ଏସ୍‌ଜି) ଆଣ୍ଟୋନିଓ ଗୁଟେରସଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ କୁରେଶି କହିଥିଲେ ଯେ, ସ୍ଥିତି ସ୍ଥିର କରିବା ତଥା ଆଫଗାନିସ୍ତାନବାସୀଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ଏବଂ ମାନବିକ ସହାୟତା ଜାରି ରଖିବା ପାଇଁ ଆଫଗାନିସ୍ତାନ ସହ ଜଡିତ ହେବା ଜରୁରୀ ଅଟେ ।

ପ୍ରକାଶଯୋଗ୍ୟ ଯେ, ପାକିସ୍ତାନ ଏବଂ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନର ସମ୍ଭାବ୍ୟ ସ୍ଥିତି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅନେକ ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ, ଏଭଳି ବିବାଦୀୟ ବିବୃତ୍ତି ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ତାଲିବାନ ଶାସନ ବର୍ତ୍ତମାନ ପାକିସ୍ତାନ ଦ୍ୱାରା ନିୟନ୍ତ୍ରିତ ହେବ । ଅର୍ଥାତ୍ ବର୍ତ୍ତମାନ ତାଲିବାନ ପାକିସ୍ତାନର ନିର୍ଦ୍ଦେଶରେ କାମ କରିବ ।

jittmm
Leave A Reply

Your email address will not be published.