Daily Archives

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ଉଦ୍ୟମରେ କୂଅରୁ ସୁରକ୍ଷିତ ଭାବେ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ଡୁଙ୍ଗୁରିପାଲିପଡ଼ାଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । କୂଅ ପାଖରେ ଚରୁ ଚରୁ ଏକ ବଳଦ ଗଭୀର କୂଅ ଭିତରେ ପଡିଯାଇଥିଲା ।
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚର ବ୍ୟବସ୍ଥିତ ୦୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନ୍‌ଡୋର ହଲରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୮ମ କ୍ୟୁରୋଗୀ ଓ ୭ମ ପୁମସେ ଟାଏକୋଣ୍ଡୋ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ
Read More...

ରାଜ୍ୟସଭା ପାଇଁ ୪ଜଣଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟସଭା ପାଇଁ ୪ ଜଣଙ୍କ ନାମ ଘୋଷଣା କରିଛନ୍ତି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେମାନେ ହେଲେ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ଼ଃ.ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ଦଳ ଟିକେଟ୍ ଦେଇଛନ୍ତି । ଏ ସମ୍ପର୍କରେ ବିଜେଡି ଦଳୀୟ ସଂଗଠନ
Read More...

ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିବା ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଲେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର…

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦୁପତ୍ର ଡିବିଜନ୍‌ର କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ନିରଞ୍ଜନ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅଟନ୍ତି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଶି ଗତ ୨୭ ତରିଖରେ ବ୍ରଜରାଜ ନଗରରେ ବିଧିବଦ୍ଧ ଭାବେ ବିଜେଡିରେ
Read More...

ମାନସ ମଙ୍ଗରାଜଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ଭଲ ମଣିଷ ସାଙ୍ଗକୁ ଜଣେ ଦକ୍ଷ ସଂଗଠକ । ରାଜ୍ୟର ସ୍ୱାର୍ଥ ପାଇଁ ସମର୍ପିତ ମାନସ ମଙ୍ଗରାଜଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିବା ସହ ତାଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି । ଏହା ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଶ୍ରୀ
Read More...

ଗୋଣ୍ଡ ସମାଜ ତରଫରୁ ଶ୍ରୀ ନୃସିଂହନାଥ ବୁଢାଦେଓ ମଣ୍ତପରେ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ କ୍ଷତ୍ରୀୟ ଗୋଣ୍ଡ ସମାଜ ର ବୁଢାଦେଓ ମଣ୍ତପ ନିର୍ମାଣ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଢାସମ୍ବର ସଭାପତି ଅମର ସିଂ ଧରୁଆଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବୁଢାଦେଓଙ୍କ ପୂଜାର୍ଚ୍ଚନା
Read More...

ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ୱଚ୍ଛତାରୁ ଦିବ୍ୟତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ସତ୍ୟସାଇ ସେବା ସଂଗଠନ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଲୋକଙ୍କ ସେବା କରିବା ପାଇଁ ସୁପରିଚିତ ସ୍ୱଚ୍ଛତାରୁ ହିଁ ଦିବ୍ୟତ୍ୱ ପ୍ରାପ୍ତି ସମ୍ଭବ ଏହି ଉକ୍ତିକୁ ପାଥେୟ କରି ବିଭିନ୍ନ ସମୟରେ ଉକ୍ତ ସଂଗଠନ ସ୍ଵଚ୍ଛତା ଉପରେ କାର୍ଯ୍ୟକ୍ରମ
Read More...

ବର୍ଜ୍ୟବସ୍ତୁ ପରିଚାଳନା ଗାଡି ଶୁଭ ଉଦ୍‌ଘାଟନ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ ଓ ବିଧାୟକ

ଡେଲାଙ୍ଗ, (ଦିଲଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫାଇଭ ଟିରେ ରୂପାନ୍ତରିତ ହୋଇଥିବା ଷଡାଙ୍ଗୋଈ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହିତ ଚାଇଁପୁର ଗ୍ରାମ ପଞ୍ଚାୟତର ସ୍ଵଚ୍ଛ ଭାରତ ମିଶନ ଗ୍ରାମୀଣ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ
Read More...

ବିଶିଷ୍ଟ ଆଦିବାସୀ ନେତା ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଲେ ଜିଲ୍ଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପର୍ଲିରୁ ଦିଲ୍ଲୀ । ଏକ ଗାଁରେ ଜନ୍ମଲାଭ କରି ଆଜି ଅଞ୍ଚଳ ପାଇଁ ଏକ ଗର୍ବ ଓ ଖୁସିର ଖବର ଦେଇଛନ୍ତି । ୧୨-୧୦-୧୮୬୮ ମସିହାରେ ବାପା ସ୍ୱର୍ଗତ ଦେବାର୍ଚ୍ଚନ ବିଶି ଓ ମାତା ସ୍ୱର୍ଗତ କଳାବତୀ ବିଶିଙ୍କ କୋଳମଣ୍ଡନ କଲେ ନିରଞ୍ଜନ ବିଶି । ଗରିବ ପରିବାରରେ ତାଙ୍କର
Read More...