oom

ଗୋଣ୍ଡ ସମାଜ ତରଫରୁ ଶ୍ରୀ ନୃସିଂହନାଥ ବୁଢାଦେଓ ମଣ୍ତପରେ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ କ୍ଷତ୍ରୀୟ ଗୋଣ୍ଡ ସମାଜ ର ବୁଢାଦେଓ ମଣ୍ତପ ନିର୍ମାଣ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଢାସମ୍ବର ସଭାପତି ଅମର ସିଂ ଧରୁଆଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବୁଢାଦେଓଙ୍କ ପୂଜାର୍ଚ୍ଚନା କରିବା ପାଇଁ ଏକ ମଣ୍ତପ ନିର୍ମାଣ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ତଥା ଯୁବ ସାମ୍ବାଦିକ ଦୁର୍ଯ୍ୟୋଧନ ପୁଟାଙ୍କୁ ସଭାପତି ଭାବରେ ମନୋନୀତ କରି ଥିବା ବେଳେ ଉପ ସଭାପତି ଭାଗବତିଆ ସିଂ ଦାଉ, ସଂପାଦକ ସଫେତ ସିଦାର, ସହସଂପାଦକ ଚିତ୍ତରଞ୍ଜନ ପୋର୍ରୋ, କୋଷାଧ୍ୟକ୍ଷ କ୍ଷୀତରାଜ ଗଏଁତା, ତଦାରଖ ପାଇଁ ଶୋଭାରାମ ଧରୁଆ, ବସନ୍ତ ଧରୁଆ, ସତାର ମାଝୀ, ଲକ୍ଷ୍ମୀଚନ ସିଦାର, ରଞ୍ଜନ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସଭାରେ ପାଇକମାଲ, ଝାରବନ୍ଧ, ପଦ୍ମପୁର ବ୍ଲକର ସଭାପତି ଓ ସଂପାଦକ ଏବଂ ବିଭିନ୍ନ ପଦ ପଦାଧିକାରୀମାନେ ଯୋଗଦାନ କରିଥିଲେ । ପୁରେନା ସର୍କଲ ସଭାପତି ଶୁକଦେବ ମାଝୀ, ମାୟାରାମ ଜଗତ, ଗୌରେସନ ଧରୁଆ, କୃଷ୍ଣ ଧରୁଆ, ଶିବ ପୁଟା, କପୁରଚନ ଧରୁଆ, ଦୟାନନ୍ଦ ମାଝୀ, ଅମୃତ ବାଗ, ସହଦେବ ମାଝୀ, ଚଇତୁ ଧରୁଆ, ମଦନ ସିଂ ଭୁଏ, କାର୍ତ୍ତିକ ଧରୁଆ ପ୍ରମୁଖ ନିଜ ନିଜମତ ପ୍ରକାଶ କରିଥିଲେ । ଭୁବନ ଧରୁଆ ଓ ସୁନ୍ଦର ପୁଟା ଖାଦ୍ୟପେୟରେ ସହଯୋଗ କରିଥିବା ବେଳେ ଶେଷରେ ସଂପାଦକ ନରସିଂ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.