pakka

ପକ୍ଷ ରଖିଲେ ନିହାର, ମିଥ୍ୟାରୋପ କରୁଛି ବିଜେପି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଳା ବ୍ଲକରେ ବିଜେଡି କର୍ମୀମାନେ ଲୋଇସିଂହା ବିଧାୟକ ଓ ତାଙ୍କର କର୍ମୀମାନଙ୍କୁ ଆକ୍ରମଣ କରିଥିବା ନେଇ ଶ୍ରୀ ମହାଲିଙ୍ଗ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ନିଜର ପକ୍ଷ ରଖିଛି । ବିଜେଡି କର୍ମୀମାନେ ଉତ୍ତେଜନା ରୋକିବା ପାଇଁ ପ୍ରୟାସ କରୁଥିବା ବେଳେ ବିଜେପି ସେମାନଙ୍କ ଉପରେ ଅଯଥା ମିଥ୍ୟାରୋପ କରିଛି ବୋଲି ବିଜେଡି ରାଜ୍ୟ କମିଟି ସଦସ୍ୟ ନିହାର ରଞ୍ଜନ ବେହେରା କହିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ଆହୁରି କହିଛନ୍ତି ଯେ, ବିଜେପି କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ଏବେ ସର୍ବସମ୍ମୁଖରେ ପଡିଛି । ଚାଷୀମାନେ ଇନ୍ସୁର‍୍ୟାନ୍ସ, ଏମଏସ୍‌ପି ଭଳି ବିଭିନ୍ନ ବିଷୟକୁ ନେଇ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ଲୋଇସିଂହା ବିଧାୟକ ମଣ୍ଡି ପରିଦର୍ଶନ କରିବା ସମୟରେ ସେ ଅଂଚଳର ଚାଷୀ ଓ ଜନସାଧାରଣ ଏହାର ବିରୋଧ କରିବାକୁ ଯାଇ କଳା ପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କରିଥିବେ । ଏଥିରେ କୌଣସି ବିଜେଡି କର୍ମୀମାନଙ୍କର କୌଣସି ସଂପୃକ୍ତି ନାହିଁ । ଓଲୋଟା ବିଜେଡି କର୍ମୀମାନେ ମଣ୍ଡିରେ ଉତ୍ତେଜନା ରୋକିବା ପାଇଁ ପ୍ରୟାସ କରୁଥିଲେ । ବିଜେପି ଘଟଣାର ଅଯଥା ରାଜନୀତିକରଣ କରିବା ସହ ବିଜେଡି ଉପରେ ମିଥ୍ୟାରୋପ କରୁଛି ବୋଲି ଶ୍ରୀ ବେହେରା କହିଛନ୍ତି । ଆହୁରି ଲକ୍ଷ୍ମୀଜୋର ଉପରେ ପୋଲ ତିଆରିର ବିଭିନ୍ନ ପ୍ରକ୍ରିୟା ନସରିବା ପୂର୍ବରୁ ବିଧାୟକ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପୋଲର ଭିତ୍ତିପ୍ରସ୍ତର ଦେଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ବିଜେଡି ପକ୍ଷରୁ ମଧ୍ୟ ପୁଇଁନ୍ତଲା ଥାନାରେ ଏକ ଏତଲା ଦିଆଯାଇ ଥିବା ନିହାର ସ୍ପଷ୍ଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ, ଯୁବ ସଭାପତି ସୁଧିର ଅମାତ ଓ ଛାତ୍ର ସଭାପତି ଶ୍ରୀପତି ପ୍ରଧାନ ମଞ୍ଚାସୀନ ଥିଲେ । ତେବେ ଉଭୟ ଦଳ ଘଟଣା ପାଇଁ ଅନ୍ୟ ଦଳକୁ ଦାୟୀ କରୁଥିବା ବେଳେ, ପୋଲର ଭିତ୍ତିପ୍ରସ୍ତର ଏବଂ ଶ୍ରେୟ ଲଢେଇ ହିଁ ଏହି ଘଟଣାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

20 − 10 =