pakka

ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

bbehera

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ ଥାନା ସାମ୍ନା ପୋଖରୀରୁ ଠାବ ହୋଇଛି । ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପ୍ରଦୀପ ନାୟକ ଥାନା ବ୍ୟାରାକ୍‌ରେ ରହୁଥିବା ବେଳେ ଗତକାଲି ସଂଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ । ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର ହେବା ପରେ ଏହା କନେଷ୍ଟବଳ ପ୍ରଦୀପ ନାୟକ ବୋଲି ଜଣାପଡିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି ।

ତେବେ ପ୍ରଦୀପ ୫ଦିନ ହେବ ଛୁଟିରେ ଘରକୁ ଯାଇଥିଲେ । ଛୁଟି ସରିବା ପରେ ସୋମବାର ଦିନ ସେ ଆସି ପୁଣି ଥରେ ଡ୍ୟୁଟିରେ ଯୋଗଦେଇଥିଲେ । କେଉଁ ପରିସ୍ଥିତିରେ ସେ ପୋଖରୀକୁ ଯାଇଥିଲେ ଓ କିପରି ପାଣିରେ ବୁଡିଗଲେ ତାକୁ ନେଇ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ୍ ।

jay balangir
Leave A Reply

Your email address will not be published.

3 × 5 =

error: Content is protected !!