ପାଇକମାଲ ମୁଖ୍ୟ ରାସ୍ତା ଉପରେ ଗାଡି ପାର୍କିଙ୍ଗ ସମସ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତ ସମିତିର ମୁଖ୍ୟ ରାସ୍ତା ବିଜୁ ଏକ୍ସପ୍ରେସ ୱେ ରାସ୍ତା ସମାପ୍ତ ହୋଇ ନଥିବା ବେଳେ ଡ୍ରେନ ସମସ୍ୟା ପାଇକମାଲ ବାସୀଙ୍କୁ ସମସ୍ୟା ସୃଷ୍ଟି କରୁଛି । ରାସ୍ତା ଉପର ସମସ୍ୟା ଅନେକ ପ୍ରକାର ରହିଛି । ଡ୍ରେନ ନାହିଁ, ଷ୍ଟ୍ରିଟ ଲାଇଟ ନାହିଁ, ଗାଈ ଗୋରୁ ଅହରହ ବୁଲାବୁଲି କରୁଛନ୍ତି । ଯହା ଫଳରେ ଲୋକମାନଙ୍କ ର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସହରର ରାସ୍ତା ସଂକୀର୍ଣ୍ଣ ଥିବାବେଳେ ଷ୍ଟେଟ ବେଙ୍କ ସାମନାରେ ଲୋକଙ୍କ ଗହଳି ଲାଗି ରହୁଛି । ଏପରି ସ୍ଥଳେ ରାସ୍ତା ଉଭୟ ପା‌ଶ୍ୱରେ ବସ ଗୁଡିକ ପାର୍କିଙ୍ଗ କରାଯାଉଛି । ଏହି ରାସ୍ତା ଉପରେ ବସ ଗୁଡିକ ରହିବା ଦ୍ୱାରା ରାସ୍ତା ଅତି ସଂକୀର୍ଣ୍ଣ ଲାଗୁଛି । ଲୋକମାନଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ନାହିଁ ଯ‌ଦ୍ୱାରା ରାତିରେ ଲୋକମାନେ ନାହିଁ ନଥିବା ଅସୁବିଧା ମୁହାଁଉଛ‌ନ୍ତି । ପାଇକମାଲରେ ଅନେକ ସମସ୍ୟା ପ୍ରତି ଦୃଷ୍ଟି ଦେଉଥିଲେ ସୁଦ୍ଧା ଏହା ପ୍ରତି କାହାରି ନିଜର ନାହିଁ । ଏହି ପ୍ରକାର ସମସ୍ୟା କିଏ କାହାକୁ ଜଣାଇବ । ଏଥିପ୍ରତି ପାଇକମାଲ ପ୍ରଶାସନ ଦୃ‌ଷ୍ଟି ଦେଇ ସମସ୍ୟାର ସମାଧାନ କଲେ ପାଇକମାଲବାସୀ ଉପକୃତ ହେବେ । ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.