ଆସନ୍ତା କାଲିରୁ ଆରମ୍ଭ ହେବ ‘ରେଡ଼ିଓ ପାଠଶାଳା’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲିଠୁ ଶୁଭାରମ୍ଭ ହେବ “ରେଡ଼ିଓ ପାଠଶାଳା’ ବୋଲି ସୂଚନାରେ କୁହାଯାଇଛି । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ସୋମବାର ଠାରୁ ସବୁ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ଏକ ସମୟରେ ଆରମ୍ଭ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଚାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ପୂର୍ବାହ୍ନ ୧୦ଟାରୁ ୧୦ଟା୧୫ ଯାଏଁ ପିଲାଙ୍କୁ ଶିକ୍ଷା ଦେବା ପାଇଁ ସମୟ ନିର୍ଦ୍ଦାରଣ କରାଯାଇଥିବା ବେଳେ ସୋମବାର ଦିନ ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦିନ ଦ୍ୱିତୀୟ ଶ୍ରେଣୀ, ବୁଧବାର ଦିନ ତୃତୀୟ ଶ୍ରେଣୀ, ଗୁରୁବାର ଦିନ ଚତୁର୍ଥ ଶ୍ରେଣୀ ଓ ଶୁକ୍ରବାର ଦିନ ଷଷ୍ଠ ଶ୍ରେଣୀ ପିଲାଙ୍କୁ ୧୦ଟାରୁ ୧୦ଟା ୫ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବ । ସେହିପରି ଦିନ ୧୦ଟା୫ରୁ ୧୦ଟା ୧୫ ଯାଏ ସୋମବାର ଦିନ ପଞ୍ଚମ ଶ୍ରେଣୀ, ମଙ୍ଗଳବାର ଦିନ ଷଷ୍ଠ ଶ୍ରେଣୀ, ବୁଧବାର ଦିନ ସପ୍ତମ ଶ୍ରେଣୀ, ଗୁରୁବାର ଦିନ ଅଷ୍ଟମ ଶ୍ରେଣୀ ଓ ଶୁକ୍ରବାର ଦିନ ୧୦ଟା ୫ରୁ ୧୦ଟା ୧୦ ଯାଏଁ ସପ୍ତମ ଶ୍ରେଣୀ ଏବଂ ୧୦ଟା ୧୦ରୁ ୧୦ଟା ୧୫ ଯାଏ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ଶିକ୍ଷା ଦିଆଯିବ । ତେବେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଡ଼ି ହେବା ପାଇଁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.