ନିଃସହାୟ ଗରିବ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ମହୁଲବାହାଲି ଗାଁର ନିଃସହାୟ ଗରିବ ବିଧବା ବୃଦ୍ଧା ମାଳତି ରାଉତ ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଗତ ୨ ଜାନୁଆରୀ ୨୦୧୭ରେ ତାଙ୍କ ସ୍ୱାମୀ ଶ୍ୟାମଘନ ରାଉତ ତାଙ୍କୁ ଏକା କରି ପରଲୋକ ଗମନ କରିବା ପରେ ସେ ବହୁତ ଦୁଃଖ କଷ୍ଟରେ ଗୁଜୁରାଣ ମେଂଟାଉଥିବା ଶୁଣିବାକୁ ମିଳୁଛି । ସେ ଗରିବ ଶ୍ରେଣୀର ଜଣେ ବୃଦ୍ଧା ପୁଣି ବିଧବା । ତାଙ୍କୁ କେଉଁ କାରଣରୁ ଭତ୍ତା ମିଳୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ସେ ନିଜେ ଅନେକ ଥର ସରପଞ୍ଚ ଏବଂ ବିଡ଼ିଓଙ୍କୁ ଭତ୍ତା ପାଇଁ ଗୁହାରୀ କରିଛନ୍ତି । କିନ୍ତୁ କିଛି ଲାଭ ହୋଇନାହିଁ । ତାଙ୍କ ପ୍ରତି ଉଚିତ ଦୃଷ୍ଟି ଦେଇ ତାଙ୍କୁ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.