ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା : ଆଜି ୮୫ ଚିହ୍ନଟ, ବଲାଙ୍ଗିର ପୌରାଂଚଳରେ ୪୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪ ହଜାର ଅତିକ୍ରମ କରିଛି । ଆଜି ୮୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୫, ୨ରୁ ୩, ୫ରୁ ୩, ୬ରୁ ୧, ୭ରୁ ୩, ୯ରୁ ୧, ୧୧ରୁ ୧, ୧୨ରୁ ୧, ୧୪ରୁ ୩, ୧୫ରୁ ୯, ୧୮ରୁ ୭, ୧୯ରୁ ୪, ୨୦ରୁ ୩ ଏବଂ ୨୧ରୁ ୨ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଗ୍ରାମାଂଚଳର ଆଗଲପୁର ବ୍ଲକ୍‌ର ନୁନିଆଁପାଲି ଗ୍ରା.ପ.ରୁ ୨, ନଅଗାଁ-ଏ ଗ୍ରା.ପ.ରୁ ୧, ବେନ୍ଦ୍ରା ଗ୍ରା.ପ.ରୁ ୨, ରିନ୍‌ବଚନ ଗ୍ରା.ପ.ରୁ ୧ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସଦେଇପାଲି ଗ୍ରା.ପ.ରୁ ୩, ବରକାନୀ ଗ୍ରା.ପ.ରୁ ୧ ଏବଂ ଚିକଲବାହାଲ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧ ଏବଂ ନୁନ୍‌ହାଡ଼ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୪, ଗାଇବାହାଲ ଗ୍ରା.ପ.ରୁ ୧ ଏବଂ ବଡ଼ବନ୍ଧ ଗ୍ରା.ପ.ରୁ ୩, ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୧ ଓ ଲାଠୋର ଗ୍ରା.ପ.ରୁ ୨, ଲୋଇସିଂହା ବ୍ଲକ୍‌ ତଲିଉଡ଼ାର ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ ସାଆନ୍ତପୁର ଗ୍ରା.ପ.ରୁ ୧, ବୁବେଲ ଗ୍ରା.ପ.ରୁ ୨ ଏବଂ ମଳମୁଣ୍ଡା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ହଲନଭଟା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ରୁ ୨ ଓ ୧୪ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୧୧ରୁ ୧ ଏବଂ କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ. ୨ରୁ ୧ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଆଜି ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୧୫, ଏକ୍‌ଟିଭ୍‌ ସଂଖ୍ୟା ୬୮୭, ସୁସ୍ଥ ସଂଖ୍ୟା ୩୩୦୭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ ରହିଛି ।

Leave A Reply

Your email address will not be published.