ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୨୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୬୧୩ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୧୫୪, ଭଦ୍ରକରୁ ୫୧, ବଲାଙ୍ଗିରରୁ ୮୫, ବୌଦ୍ଧରୁ ୪୮, କଟକରୁ ୩୮୦, ଦେବଗଡ଼ାରୁ ୮, ଢେଙ୍କାନାଳରୁ ୭୬, ଗଜପତିରୁ ୨୨, ଗଂଜାମରୁ ୩୯, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୦୩, ଝାରସୁଗୁଡ଼ାରୁ ୧୦୯, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୦୭, କେଉଁଝରରୁ ୨୧୨, ଖୋର୍ଦ୍ଧାରୁ ୮୧୮, କୋରାପୁଟରୁ ୬୯, ମାଲକାନଗିରିରୁ ୬୯, ମୟୁରଭଂଜରୁ ୧୪୯, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୧୧୭, ପୁରୀରୁ ୧୮୪, ରାୟଗଡ଼ାରୁ ୪୮, ସମ୍ବଲପୁରରୁ ୧୧୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୧୦୩, ଷ୍ଟେଟ୍‌ ପୁଲ୍‌ ୨୧୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୦୯୩୭୪ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୩୮୧ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.