ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହ(୮୨)ଙ୍କ ପରଲୋକ ହୋଇଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ୨୫ ଜୁନ୍‌ରେ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମଲ୍‌ଟି ଅର୍ଗାନ୍‌ ଡିସ୍‌ଫକ୍ସନ ସିଣ୍ଡ୍ରୋମ ସହ ସେପ୍‌ସିସ୍‌ର ଚିକିତ୍ସା ଚାଲିଥିଲା । ଆଜି ସକାଳୁ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ତାଙ୍କ କରୋନା ଟେଷ୍ଟିଂ ରିପୋର୍ଟ ନେଗେଟିଭ୍‌ ରହିଥିବା କୁହାଯାଇଛି । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍‌ କରି କହିଛନ୍ତି, ସଂପୂର୍ଣ୍ଣ ସମର୍ପଣ ଭାବ ନେଇ ଆମ ଦେଶର ସେବା କରିଛନ୍ତି । ପ୍ରଥମେ ଜଣେ ସୈନିକ ଭାବରେ ଏବଂ ପରେ ରାଜନେତା ଭାବରେ ଦେଶସେବାରେ ସେ ବ୍ରତୀ ଥିଲେ । ସେ ଆହୁରି କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ମହତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ତେବେ ସୁରକ୍ଷା ଏବଂ ବିଦେଶ ମାମଲାରେ ସେ ସାରା ବିଶ୍ୱରେ ଏକ ବିଶେଷ ଛାପ ଛାଡ଼ି ଯାଇଛନ୍ତି ।

Leave A Reply

Your email address will not be published.