pakka

ବେଦାନ୍ତ କମ୍ପାନୀର ଜୁଳୁମ ପ୍ରତିବାଦରେ ବିସ୍ଥାପିତଙ୍କ ଗଣ ବିକ୍ଷୋଭ ଓ ପଦଯାତ୍ରା

bbehera

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବେଦାନ୍ତ କମ୍ପାନୀ ପାଇଁ ଘରଗଲା, ଜମି ଗଲା, ସମସ୍ତଙ୍କୁ ସର୍ବହରା କରିଦେଲା କମ୍ପାନୀ । ଅଞ୍ଚଳବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇ ବିନାଶ କରୁଛି ବେଦାନ୍ତ କମ୍ପାନୀ । ଅଞ୍ଚଳବାସୀ ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ବେଦାନ୍ତ କର୍ତ୍ତୃପକ୍ଷ । ବନ୍ଧଗୁଡା, କୋଡ ଦ୍ଵାର ଅଞ୍ଚଳରେ ଥିବା ଆଦିବାସୀଙ୍କ ଜମିକୁ ସାଗମାଛ ଦରରେ କିଣି ନେଇ ବର୍ତ୍ତମାନ ସେମାନଙ୍କୁ ଅଣଦେଖା କରୁଛି କମ୍ପାନୀ । ବେଦାନ୍ତ କମ୍ପାନୀର ଏହି ଜୁଲୁମକୁ ସହିନପାରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଦିବାସୀ । ବେଦାନ୍ତର ଏକ ଛତ୍ରବାଦ ଶାସନର ପ୍ରତିବାଦରେ ପାରିପାର୍ଶ୍ୱିକ ଅଞ୍ଚଳବାସୀ ବନ୍ଧଗୁଡାଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କମ୍ପାନୀ ବିରୋଧରେ ନାରାବାଜି କରିଛନ୍ତି । ଶୋଭାଯାତ୍ରାରେ ଦୀର୍ଘ ୬୦ କିଲୋମିଟର ଯାଇ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ବିସ୍ଥାପିତ ଅଞ୍ଚଳବାସୀ ସୂଚନା ଦେଇଛନ୍ତି । ହେଲେ ବିସ୍ଥାପିତ ଅଂଚଳବାସୀଙ୍କ ଗୁହାରି କେବେ ଶୁଣିବେ ଜିଲ୍ଲାପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ତାହା ଦେଖିବା ବାକି ରହିଲା ।

jay balangir
Leave A Reply

Your email address will not be published.

7 + two =