pakka

ଝରନିପାଲିଠାରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

bbehera

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସାପ୍ତାହିକ ବଜାରଠାରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଫ୍ଇଏସ୍‌ର ମାଷ୍ଟର ଟ୍ରେନର ମହେନ୍ଦ୍ର ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନିତା ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ଲୋକେ ସୁଲଭ ଦରରେ ଜୈବିକ ପନିପରିବା ପାଇବା ସହିତ ଆଗାମୀ ଦିନରେ ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ମାଷ୍ଟର ଟ୍ରେନର ଶ୍ରୀ ପଧାନ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ସୁଜିତ୍ ସାହୁ, କୃଷକ ସାଥୀ ଅଚ୍ୟୁତ କୁମ୍ଭାର, ମନୋଜ କୁମାର ପଧାନ, ପଲ୍ଲୀ ଆଲୋକ ପାଠାଗାରର ପିଣ୍ଟୁ ପଧାନଙ୍କ ସମେତ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

19 + 1 =

error: Content is protected !!