jsm

ରମ୍ଭାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ପ୍ରକାରେ ଅକ୍ଟୋବର ୨ ତାରିଖଠାରୁ ନମ୍ଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନା ମା ଗର୍ଭଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ନିମ୍ନସ୍ତର ବ୍ୟକ୍ତିମାନଙ୍କ ପାଖରେ ଯେପରି ପହଞ୍ଚି ପାରିବ ଏହାର ମୂଳ ଉଦ୍ଧେଶ୍ୟ । ଶୁକ୍ରବାର ଦିନ ରମ୍ଭା ଆଖଣ୍ଡଳମଣି ମନ୍ଦିର ନିକଟରୁ ସ୍ଥାନୀୟ ବିଜେଡିର ବିଶାଳ ପଟୁଆର ଏନ୍‌ଏସି ପର୍ଯ୍ୟନ୍ତ ଯୁବ ସଭାପତି ଶ୍ରୀକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାିଛି । କାର୍ଯ୍ୟକ୍ରମରେ ରାଜ୍ୟ, ଜିଲ୍ଲା ଏବଂ ଆଞ୍ଚଳିକ ସ୍ତରର ନେତୃବୃନ୍ଦ ମଧ୍ୟରୁ ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ, ଛତ୍ରପୁର ବିଧାୟକ, ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ପାପା ରାଓ, ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ୧୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସୁରଥ ପାହାନ, ବିଜୟ ଚନ୍ଦ୍ର ବିଶ୍ୱାଳ, ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସୌଦାମିନୀ ବିଶ୍ୱାଳ, ଟାଉନ ସଭାନେତ୍ରୀ ସସ୍ମିତା ପାତ୍ର, ବୁଲି ଯାନୀ, ଗଦାଧର ପରିଡା, କାଉନ୍‌ସିଲର ସାଗର ନାହାକ, ସମରସେନ ପଣ୍ଡା, କାମେଶ୍ୱର ବେହେରା, ମନୋଜ ତରାଇ, ଜିତେନ୍ଦ୍ର ପଟ୍ଟନାୟକ, ସୁବାସ ବେଜ, ସୁରେଶ ନାହାକ, ନାରାୟଣ ପଟ୍ଟନାୟ କବାବାଜୀ ପାତ୍ର, ଗଙ୍ଗାଧର ପାତ୍ର, ବାନାମ୍ବର ପଳେଇ, ଚନ୍ଦ୍ରଶେଖର ନାହାକଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଓ ମହିଳା ସାମିଲ ହୋଇଥିଲେ । ବିଶେଷ ଆକର୍ଷଣ ଦଳରେ ସାମିଲ ହୋଇଥିବା ବିଜେପି ନେତା ଝସକେତନ ତରେଇ, ମାନସ ତରେଇ, ସିଲୁ ତରେଇ ସହିତ ଅନେକ କର୍ମୀ ବିଜେଡିରେ ମିଶିଥିବା ପଦ ଯାତ୍ରାରୁ ଲକ୍ଷ୍ୟ କରାଯାଇଛି । କାର୍ଯ୍ୟକ୍ରମକୁ ସଞ୍ଚାଳନରେ ସହଯୋଗ କରିଥିଲେ ସ୍ୱାଧୀନ କୁମାର ପଣ୍ଡା, ଶଙ୍କର ବିଶ୍ୱାଳ, ଜଗନ ପରିଡା, ରାଜୁ ପାତ୍ର ସହିତ ଅନେକ ଯୁବକ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.