jayashree

ଅଞ୍ଚଳ ମହାବିଦ୍ୟାଳୟରେ ‘ହର୍ ଘର୍ ତ୍ରିରଙ୍ଗା’ ଓ ପଦଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ ଓ ସାହସକୁ ସମ୍ମାନ ଜଣାଇ ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ‘ହର୍ ଘର୍ ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଭାବନାରେ ଉଦ୍‌ବୁଦ୍ଧ ଏକ ଦେଶ ପ୍ରେମପୂର୍ଣ୍ଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଥିଲା । ହାତରେ ଜାତୀୟ ପତାକା ଧରି, ‘ବନ୍ଦେ ମାତରମ୍’ ଓ ‘ଭାରତ ମାତା କି ଜୟ’ ନାରାରେ ସମଗ୍ର ପରିବେଶ କମ୍ପିତ ହୋଇଉଠିଥିଲା । ଏହି ଜାତୀୟ ଅଭିଯାନରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ଶୋଭାଯାତ୍ରାକୁ ସଫଳ କରିଥିଲେ । ସମସ୍ତଙ୍କ ହୃଦୟରେ ଦେଶଭକ୍ତିର ଏକ ଅପୂର୍ବ ଶିହରଣ ଓ ସ୍ୱାଭିମାନ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.