jayashree

ସାମ୍ବାଦିକଙ୍କ ମାତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ସାମକଟା ଗ୍ରାମର ଜଣେ ଧର୍ମ ପରାୟଣ ମହିଳା ବିଘ୍ନେସିନୀ ସାହୁଙ୍କ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ସେ ବୃକକ୍ ଜନିତ ସମସ୍ୟାର ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହେଉଥିଲା । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଆଁରେ ଶୋକ ପ୍ରକାଶ ପାଇଛି । ଭୁବନେଶ୍ୱରରୁ ଆମ୍ବୁଲାନ୍ସରେ ତାଙ୍କର ମର ଶରୀର ଗାଆଁକୁ ଅଣା ଯାଉଛି ବୋଲି ତାଙ୍କର ପୁତ୍ର ସାମ୍ବାଦିକ ମଣ୍ଟୁ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.