om academy

ପଛୁଆବର୍ଗଙ୍କ କଳାହାଣ୍ଡି ବନ୍ଦ ଡ଼ାକରା, ମ.ରାମପୁରରେ ପ୍ରଭାବଶୂନ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର କଥା କହୁଥିଲେ ହେଁ କଳାହାଣ୍ଡିରେ କିନ୍ତୁ ଏହାର ଘୋର ପାତରଅନ୍ତର ଦେଖାଦେଇଛି । ଏହି ଅନିୟମିତତାକୁ ବିରୋଧ କରି ଏବେ ଜିଲ୍ଲାରେ ପଛୁଆବର୍ଗ ଆଗେଇ ଆସି ଦାବୀପତ୍ର ପ୍ରଦାନଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିମାନ କରୁଥିବା ଜଣାଯାଇଛି । ତେବେ ଆଜି ଏହି ବିରୋଧର ପ୍ରତିବାଦରେ ତଥା ସଂରକ୍ଷଣ ଦାବୀ ନେଇ ପଛୁଆବର୍ଗ ବାର ଘଂଟିଆ କଳାହାଣ୍ଡି ବନ୍ଦ ଡ଼ାକରା ଦେଇଥିଲେ ହେଁ ମ.ରାମପୁର ବ୍ଲକରେ କିନ୍ତୁ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । ଦୋକାନବଜାର ସ୍ୱାଭାବିକ ଭାବରେ ଖୋଲା ରହିଥିବା ବେଳେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

nineteen + 11 =