ବାଦୀମୁଣ୍ଡା ପିଏଚସିକୁ ଅକ୍ସିଜେନ କନସନଟ୍ରେଟର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପିଏଚସିକୁ ଆଜି ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଅକ୍ସୀଜେନ କନସନଟ୍ରେଟର ପ୍ରଦାନ କରାଯାଇଛି । ଏହି ଅବସରରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ପଶ୍ଚିମ ଓଡିଶା ଆଞ୍ଚଳିକ ପ୍ରୋଗ୍ରାମ ମ୍ୟାନେଜର ବନଜ୍ୟୋତ୍ସ୍ନା ପ୍ରଧାନ ଯୋଗଦେଇ ବାଦୀମୁଣ୍ଡା ପିଏଚସି ଇନଚାର୍ଜ ମେଡିକାଲ ଅଫିସର ଡ଼. ଶେଖରଲାଲ ପଧାନଙ୍କୁ ପ୍ରଦାନ କରିଥିଲେ । କରୋନା ତୃତୀୟ ଲହର ପାଇଁ ଏହି କନସନଟ୍ରେଟର ବହୁ ଉପଯୋଗୀ ହୋଇପାରିବା ସହିତ ଏହାର ସଦ୍‌ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଝାରମୁଣ୍ଡ। ଏଥଲେଟିକ୍‌ ଏସୋସିଏସନ୍‌ର ସଭାପତି ଶ୍ୟାମ ସୁନ୍ଦର ମେହେର, ସମ୍ପାଦକ ସଚ୍ଚିଦାନନ୍ଦ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

six + nineteen =