ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର ସଫଳତା

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତାର ସହିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତବର୍ଷ ୨୭ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଏ୧ରେ ଇଭାସ୍ମିତା ମିଶ୍ର ୬୦୦-୫୬୦( ୯୩.୩୩%), ସଜ୍ଞାସ୍ମିତା ସାହୁ ୬୦୦-୫୫୬( ୯୨.୬୬), ଶ୍ରୀମୟୀ ହୋତା ୬୦୦-୫୪୧(୯୦.୧୬) ମାର୍କ ରଖିଥିବା ବେଳେ ଏ୨ରେ ୬ ଜଣ , ବି୧ରେ ୬ ଜଣ, ବି୨ ୧୦ ଜଣ ଓ ସି ୨ ଜଣ ହାସଲ କରିଛନ୍ତି । ପରୀକ୍ଷାର୍ଥୀଙ୍କ ଏହି ସଫଳତାରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତି ଅଭିନନ୍ଦନ ଜଣେଇବା ସହିତ ବିଦ୍ୟାର୍ଥୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.

two × five =