କୋଭିଡ଼ ସଚେତନତା ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମପଞ୍ଚାୟତ ଠାରେ କୋଭିଡ ସଚେତନତା ରଥକୁ ଝାରବନ୍ଧ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ଵାସ୍ଥ୍ୟକର୍ମୀ ନିରୁପମା ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜେମାବତୀ ମାଝୀ, ଅଙ୍ଗନୱାଡ଼ି କର୍ମୀ ମୁକ୍ତାମଣି ପ୍ରଧାନ, ଆଶା ରଇବାରି ବନଛୋର ଓ ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା ତରଫରୁ ସ୍ଵାଗତ କରି ଗାଁରେ ଶୋଭାଯାତ୍ରା କରାଯାଇଥିଲା । ମାକ୍ସ, ସେନିଟାଇଜର, ସାମାଜିକ ଦୂରତା, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ୱର, କୁଷ୍ଠ ରୋଗ, ତରଳ ଝାଡା, ଓ ଅଣସଂକ୍ରାମକ ରୋଗ ଯଥା ହାଇବ୍ଲଡ୍ ପ୍ରେସର, ସୁଗର ଓ କେନସର ଉପରେ ଡାକବାଜି ଯନ୍ତ୍ର ତଥା ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଉପାୟ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ କହିଥିଲେ ଯେ, ଏହି କୋଭିଡ଼ ସଚେତନତା ରଥ ଝାରବନ୍ଧ ବ୍ଲକର ପ୍ରତ୍ୟେକ ଗାଁ କଲ୍ୟାଣ ସମିତିକୁ ପରିଭ୍ରମଣ କରି ଜନସଚେତନତା କରିବ ।

Leave A Reply

Your email address will not be published.

11 − ten =