pakka

ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓୟୁଜେ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜର ଶୃଙ୍ଖଳା ତଥା ସୁରକ୍ଷା ପ୍ରତି ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଥିବା ଦିଗରେ ଓୟୁଜେ ସଦସ୍ୟମାନେ ଆଲୋଚନା କରିଥିଲେ । ଆଗାମୀ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଦାୟିତ୍ୱ ତୁଳାଇବା ପାଇଁ ଆହୁରି ନିଷ୍ଠାପର ଭାବରେ କାମ କରିବା ନିମନ୍ତେ ସଂକଳ୍ପ ନେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରିତୁରାଜ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପସଭାପତି ଧନମତ ପାଣିଗ୍ରାହୀ, ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ବଳରାମ ମିଶ୍ର, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥି ମଞ୍ଚାସୀନ ଥିଲେ । ନରେଶ ସାହୁ, ରଘୁନନ୍ଦନ ସିଂ, ଦୀପକ ପୁରୋହିତ, ବିଜୟ ପ୍ରଧାନ, ଅଭିଳାଷ ହୋତା, ନୂତନ ମିଶ୍ର, ବିଭୂପ୍ରସାଦ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଭୂପ୍ରସାଦ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × 2 =