pakka

କେରମେଲି ଛକରେ ଓଲଟିଲା ପେଟ୍ରୋଲ ଗାଡି : ଗୁରୁତର ଅବସ୍ଥାରେ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

bbehera

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଛକ ନିକଟରେ ଏକ ବିଲକୁ ପେଟ୍ରୋଲ ଗାଡି ଖସି ଯାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଡ୍ରାଇଭରକୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ମତେ କୋରାପୁଟରୁ ଝାରସୁଗୁଡା ଅଭିମୁଖେ ଏହି ପେଟ୍ରୋଲ ଗାଡିଟି ଯାଉଥିବା ବେଳେ ଗାଡି ଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ କେରମେଲି ଛକ ନିକଟରେ ଏକ ବିଲକୁ ଖସି ପଡ଼ିଥିଲା । ଫଳରେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଡି ନମ୍ବର (ଓଡ଼ି ୧୫ ଏନ ୯୫୧୫) ହୋଇଥିବା ବେଳେ ଡ୍ରାଇଭର ଜଣକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ସଞ୍ଜୟ ସାହୁ । ଘଟଣା ସମ୍ପର୍କରେ ପୁଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

3 + fifteen =