pakka

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩ : ଗୁଜୁରାଟର ଜାମନଗରରୁ ଆଉ ଜଣେ ଚିହ୍ନଟ

ଗୁଜରାଟ : ଗୁଜୁରାଟର ଜାମନଗରରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇ ଏବେ ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଜାମନଗରରୁ ଚିହ୍ନଟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଆସିଥିଲେ । ବିମାନ ବନ୍ଦରରେ ହୋଇଥିବା ଯାଞ୍ଚରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ସଂକ୍ରମିତଙ୍କ ନମୁନା ସଂଗ୍ରହ କରି ଜିନୋମ୍ ସ୍ୱିକେନ୍ସିଂ ପାଇଁ ପଠାଯାଇଥିଲା । ବର୍ତ୍ତମାନ ତାଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି, ସେ ଓମିକ୍ରନ୍ ସଂକ୍ରମିତ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

4 × 4 =