pakka

ଓଲଟିଲା ଯାତ୍ରୀବାହୀ ଅଟୋ : ଜଣେ ମୃତ, ୪ ଆହତ

bbehera

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠକୁ ଦର୍ଶନ କରିବାକୁ ଯାଉଥିବା ବେଳେ ରାସ୍ତାର ୧୧ ନମ୍ବର ବାଙ୍କରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡ଼ିଛି । ମୃତାହତ ମାନେ ସମସ୍ତେ ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତରାତି ପ୍ରାୟ ସାଢ଼େ ୧୨ଟା ସମୟରେ କପିଳାସ ୧୧ ନମ୍ବର ଘାଟିରେ ଅଟୋ ଓଲଟି ପଡିଛି । ଅନୁଗୁଳ ତଳମୂଳ ଗ୍ରାମର ୧୦ଜଣ ଯୁବକ ଅଟୋରେ କପିଳାସ ଦର୍ଶନ କରିବାକୁ ଯାଉଥିଲେ । ତେବେ ବାରବାଙ୍କ ରାସ୍ତାର ୧୧ନଂ ବାଙ୍କରେ ଅଟୋଟି ଉପରକୁ ଉଠି ନପାରି ପଛକୁ ଗଡି ବାଙ୍କ ପାର୍ଶ୍ଵରେ ଥିବା ପଥର ପାଚେରୀରେ ଧକ୍କା ହୋଇଥିଲା । ଫଳରେ ଅଟୋଟି ଓଲଟି ପଡିବାରୁ ଅଟୋ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଗତରାତିରେ ଗଁନ୍ଦିଆ ପୁଲିସ ବାରବାଙ୍କ ରାସ୍ତାରୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପରେ ଯୁବକ ମାନଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିବା ଜଣାପଡ଼ିଛି । ମୃତ୍ୟୁ ଘଟିଥିବା ଯୁବକ ଜଣଙ୍କ ତଳମୂଳ ଗ୍ରାମର ସୁଜିତ ସିଠ ବୋଲି ଜଣାପଡିଛି । ୪ ଜଣ ଯୁବକ ଆହତ ଥିବା ଜଣାପଡିଛି ।

Leave A Reply

Your email address will not be published.

11 + eight =