pakka

ଚାରପାଲି ଗ୍ରାମରେ ପାନୀୟ ଜଳ ଅଭାବ : ଲୋକେ ହନ୍ତସନ୍ତ

bbehera
  • ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଲେ ସରପଞ୍ଚ ଦୀନେଶ ସେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଦେଇଛି । ଦୀର୍ଘ ଦିନ ଧରି ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ପାନୀୟ ଜଳ ପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଗ୍ରାମର ଲୋକ ସଂଖ୍ୟା ଅନୁପାତରେ ପାନୀୟ ଜଳର ସୁବିଧା ନ ଥିବାରୁ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଚାରପାଲି ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି । ଆଜି ବରିକେଲ ପଞ୍ଚାୟତ ସରପଞ୍ଚ ଦୀନେଶ ସେଠ ନିଜେ ଯାଇ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଚାରପାଲି ଗ୍ରାମକୁ ଯୋଗାଇଛନ୍ତି । ପାନୀୟ ଜଳ ପାଇ ଗ୍ରାମବାସୀ ବହୁତ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ସେଠଙ୍କୁ ସାଧୁବାଦ ଜଣାଇଛନ୍ତି । ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବାରେ ଇନ୍ଦ୍ରଜିତ ପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.

6 + eighteen =