ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ସୁଭଦ୍ରା କୁମ୍ଭାରଙ୍କ ସଭାପତିତ୍ୱରେ ଶିକ୍ଷକ ଶମ୍ଭୁ ପ୍ରସାଦ ସାଏ ପଟେଲ ସଂଯୋଜନା କରିଥିଲେ । ଏଥିରେ ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀ ରୀନା କୁମାରୀ ବେହେରା ମୁଖ୍ୟ ଅତିଥି, ସ୍କୁଲ ପରିଚାଳନା କମିଟି ସଭାପତି ରାହାସ ବିହାରୀ ପଟେଲ ମୁଖ୍ୟବକ୍ତା, ସରପଞ୍ଚ ହିମାଞ୍ଚଳ ମେହେର ଓ ଏବିଇଓ ଟଙ୍କଧର ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଲୋଚନା ହେବା ସହିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ଏଥିରେ ୧୨ଟି ସ୍କୁଲର ୧୦ ଜଣ ଲେଖାଏଁ ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସିଆର୍ସିସି ଶରତ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।