csstore

ପାଞ୍ଚଦିନିଆ ଓଡ଼ିଶାଗସ୍ତରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପାଞ୍ଚଦିନିଆ ଓଡ଼ିଶାଗସ୍ତରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଶ୍ରୀ ମୁର୍ମୂ ଗତକାଲି ଅପରାହ୍ନ ଗୋଟାଏରେ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ବାଲେଶ୍ବରକୁ ଆସିଥିଲେ । ତେବେ ଆଜି ଶ୍ରୀ ମୁର୍ମୁ ବାରିପଦା ଗସ୍ତରେ ଯାଇଥିବା ବେଳେ ଆସ‌ନ୍ତା କାଲି ତଥା ୨୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ ଓ ବିଭିନ୍ନ ବିଷୟରେ ଆଲୋଚନା କରିବେ। ରାଜ୍ୟ ମହାଲେଖାକାର କାର୍ୟ୍ୟାଳୟକୁ ୨୯ ତାରିଖରେ ପରିଦର୍ଶନରେ ଆସିବେ ଏବଂ ଏହି ଦିନ ହିିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି। ୩୦ତାରିଖ ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀକୁ ପୁଣି ଫେରିବେ ବୋଲି ଖବର ମିଳିଛି ।

jayashree
Leave A Reply

Your email address will not be published.