csstore

ପୋଲିସକୁ ମିଳିଛି ବଡ ସଫଳତା : ସୁନା ଦୋକାନରୁ ଚୋରି ଘଟଣାରେ ଛତିଶଗଡ଼ରୁ ୨ ଜଣ ଚୋରକୁ ଗିରଫ କଲା ପୋଲିସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା। ଗତ ଅକ୍ଟୋବର ମାସରେ ବ୍ରହ୍ମପୁର ବଡବଜାରରେ ଥିବା ବିନୋଦ ସୁନା ଅଳଙ୍କାର ଦୋକାନରୁ ଚୋରି ‌ହୋଇଥିଲା। ପୁଣି ଏହି ମାସରେ ହିିଁ ପାଖରେ ଥିବା କେଶବ ଅଳଙ୍କାର ଦୋକାନରୁ ଚୋରି ହୋଇଥିଲା। ତେବେ ବିନୋଦ ସୁନା ଦୋକାନରୁ ୧୪୦୦ ଗ୍ରାମ୍ ସୁନା ଅଳଙ୍କାର ଓ କେଶବ ସୁନା ଦୋକାନରୁ ୪୨୪ ଗ୍ରାମ୍ ସୁନା ଅଳଙ୍କାର ସହ ୧,୪୦,୦୦୦ ନଗଦ ଟ‌ଙ୍କା ଚୋରି କରା ଯାଇଥିବା ନେଇ ନିକଟ‌ସ୍ଥ ଥାନାରେ ଅଭିଯୋଗ କରିଥିଲେ ଦୋକାନୀ ମାନେ । ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦ‌ନ୍ତ ଆର‌ମ୍ଭ କରାଯାଇଥିଲା । । ତେବେ କଉଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଛତିଶଗଡ଼ରେ ପହଞ୍ଚି ସ୍ଥାନୀୟ ପୁଲିସ୍ ସହାୟତାରେ ଏହି ଘଟଣାରେ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ କରିଥିବା ଅଭିଯୁକ୍ତଙ୍କଠୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

jayashree
Leave A Reply

Your email address will not be published.