om academy

ପଛୁଆ ବର୍ଗଙ୍କ ୧୧ ଦଫା ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଓଡିଶା ଓବିସି ସୁରକ୍ଷା ମଞ୍ଚ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜନସଂଖ୍ୟା ଆଧାରରେ ଓବିସି ମାନଙ୍କୁ ସରକାରୀ ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ସହ ୧୧ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେରେ ଜିଲ୍ଳା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ସ୍ମାରକପତ୍ର ପ୍ରଦାନ କରିଛି । ସୋମବାର ମଞ୍ଚର ସଦସ୍ୟ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବୀପତ୍ର ଦେଇଥିଲେ, ଯେଉଁଥିରେ ଓବିସି ମାନଙ୍କ ସହ ହେଉଥିବା ବୈମାତୃକ ମନୋଭାବ ଵିରୋଧରେ ଉଲ୍ଲେଖ କରିଥିଲେ ୨୭% ସଂରକ୍ଷଣ ସ୍ଥାନରେ ମାତ୍ର ୧୧% ଖସେଇ ଦେଇ ଥିବା, ୮୧/୨୦୦୦ ଅଧ୍ୟାଦେଶ ଆଇନ ଅନୁଯାୟୀ ଓବିସିଙ୍କ ପଛ ତାରିଖରୁ ସବୁ ପଦବୀ ପୂରଣ କରିବା ପରି ୧୧ ଦଫା ସମ୍ମିଳିତ ଦାବୀ ଦିଆ ଯାଇଥିଲା । ମଞ୍ଚର ସଭାପତି ଷଡାନନ ଭୋଇ, ସମ୍ପାଦକ ବିରେନ୍ଦ୍ର ବାଗ, ବିରବଲ ମହାକୁଡ଼, ପଦ୍ମଲୋଚନ ସାହୁଙ୍କ ନେତୃତ୍ୱରେ ଦୁଷ୍ମନ୍ତ ବାରିକ, ଦୀପକ ପଧାନ, ଅଶୋକ ଭୋଇ, ଆଡ଼ଭୋକେଟ ହର ପ୍ରଧାନ, ହାଇକୋଟ ଆଇନଜୀବୀ ହୀରାରାମ ଭୋଇ, ବଲମକୁନ୍ଦ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.