pakka

ଆଜି ନୂଆଁଖାଇ : ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ନୂଆଁଖାଇ । ଏହି ଅବସରରେ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ । କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପାଳନ କରାଯାଉଛି ନୂଆଁଖାଇ । ଆଜି ଘରେ ଘରେ ସମସ୍ତେ ନୂଆ ଖାଇବେ ଓ ନୂଆ ବସ୍ତ୍ର ପରିଧାନ କରିବେ ।

ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ‘ନୂଆଁଖାଇ ଜୁହାର୍ । ତା’ ସହିତ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି ।’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୂଆଁଖାଇ ଶୁଭେଚ୍ଛା ଜଣେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ । ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ । ନୂଆଁଖାଇ ଜୁହାର୍‌ ।

Leave A Reply

Your email address will not be published.

twenty − 1 =