pakka

ଆଏଜ୍‌ କୋଶଲ୍‌ ବାହିର୍‌ ଶିଘା ପରବ୍‌ ନୂଆଁଖାଇ : ଉସତ୍‌ ଉସ୍‌ନାକ୍‌ ଥି ମହକୁଛେ ଗାଁ ଠାନୁ ସହର୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ କୋଶଲ୍‌ ବାହିର୍‌ ଶିଘା ପରବ୍‌ ନୂଆଁଖାଇ । ନୂଆଁଖାଇ ପାଲନ୍‌ କରୁଛେ ସାରା ପଶ୍ଚିମ୍‌ ଓଡ଼ିଶା । ସଭେ ଗହଗହ ମହମହ । ବଛର୍‌ ଟାକର୍‌ ପରବ୍‌ କେ ଟାକି କରି ବସିଥିସନ୍‌ ପଶ୍ଚିମ ଓଡ଼ିଶାବାସୀ । ନୂଆଁ ମନ୍‌, ନୂଆଁ ଭାବ୍‌, ନୂଆଁ ଭର୍‌ସାର୍‌ ପରବ୍‌ ନୂଆଁଖାଇ । ଘର ଦୁଆର୍‌, ଖେତ୍‌ଖଲା ଠାନୁଁ ମନ୍‌ ମଏଦାନ୍‌ ପତେ ସବୁ ପର୍‌ଛା ଉର୍‌ଛା, ସଫା ସୁତର୍‌ । ଆଏଜ୍‌ ଲଗନ୍‌ ଅନ୍‌ସାରେ ଇଷ୍ଟଦେବୀର୍‌ ନେ ଲାଗ୍‌ବା ନୂଆଁ । ଯେ’ ଯାହାର୍‌ ଘରେ ବି ନିଜର ନିଜର୍‌ ଦେବୀ ଦେବ୍‌ତାର୍‌ ଠାନେ ନୂଆଁ ଲଗାବେ । ତାର୍‌ ଉତ୍‌ରୁ ରୀତିନୀତି ଧରି କରି ନୂଆଁକୁଁଡ଼ା ଗ୍ରହଣ କର୍‌ବେ ସଭେ । ନୂଆଁଖାଇ ସାର୍‌ଲା ଉତ୍‌ରୁ ନୂଆଁଖାଇ ଭେଟ୍‌ଘାଟ୍‌ ଆର୍‌ଗୁଟେ ମହାନ୍‌ ପରମ୍ପରାର୍‌ ବାହକ୍‌ ଆଏ । ଇସ୍‌ରୋ ବିସ୍‌ରୋ, ରୁଷା ଫୁଲା, ମାଡ୍‌ ମର୍‌ଦନ୍‌ ସବୁ କେ ମେଟେଇ ଦେଇ ବଡ୍‌ ମାନ୍‌କୁ ମୁଡ଼ିଆ ଆର୍‌ ଜୁହାର୍‌ ସାଙ୍ଗେ ସାନ୍‌ ମାନ୍‌କୁ ଆଶୀର୍‌ବାଦ୍‌ ଦେବାର୍‌ ଗୁଟେ ଖୁଲାମେଲା ସମିଆଁ ଟେ ଆନିଦେସି ନୂଆଁଖାଇ । ନୂଆଁଖାଇ ସମ୍‌କର୍‌ ଲାଗି ଭାବର୍‌ ତିହାର୍‌ । ଭାଇଚାରାର୍‌ ତିହାର୍‌ । ଉସତ୍‌ ଆନନ୍ଦ୍‌ର ତିହାର୍‌ ।

jay balangir
Leave A Reply

Your email address will not be published.

fifteen − two =

error: Content is protected !!