csstore

ଡେଙ୍ଘନାଡିହି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଘନାଡିହି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଯୁବନେତା ବିରଞ୍ଚି ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଗ୍ରାମର ଗୌନ୍ତିଆ ଡା ପ୍ରଭାତ ନାରାୟଣ ତ୍ରିପାଠୀ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବୋଡାସମ୍ବର ଜମିଦାର ତଥା ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ଅତିଥି ଭାବେ ଯୋଗଦେଇ ଥିବା ବେଳେ ଗ୍ରାମର ମୁଖ୍ୟ ସଂଯୋଜକ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ସେଠ, ଦିନବନ୍ଧୁ ସାହୁ, ପଦ୍ମପୁର ଏବିସିଡି ଅନୁଷ୍ଠାନ ସଭାପତି ଅନିଲ ବେହେରା ମଞ୍ଚାସୀନ ଥିଲେ । ଦୀର୍ଘ ୫୦ ବର୍ଷ ଧରି ଡେଙ୍ଘନାଡିହି ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକ ନିଆରା ପରମ୍ପରା ସୃଷ୍ଟି କରିଛି । ବିଘ୍ନେଶ୍ୱର ଯୁବକ ସଂଘର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ । ରାତ୍ରୀରେ ନାଚ, ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jayashree
Leave A Reply

Your email address will not be published.