pakka

ଓସାକା ହାଇଦ୍ରାବାଦ୍‌ର ପଶ୍ଚିମ ଓଡ଼ିଶା ପରିବେଶରେ ନୂଆଁଖାଇ ପାଳିତ

bbehera

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ଦ୍ୱାରା ସେପ୍ଟେମ୍ବର ୧୮ ତାରିଖ ମହା ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ପାରମ୍ପାରିକ ପରିବେଶରେ ପାଳିତ ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଯୋଜନା ଏବଂ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ କି ରାଜ୍ୟ ବାହାରେ ଓସାକାର ଏମିତି ମହନୀୟ ପ୍ରୟାସକୁ ଭୂୟସୀ ପ୍ରଶଂସା ସହ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଶିକ୍ଷା ସଂସ୍କୃତି କ୍ଷେତ୍ରରେ ଆହୁରି ଉନ୍ନତି ପାଇଁ ଶତ ଚେଷ୍ଟା କରିବେ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ଢୋଲକିଆଙ୍କର ଲୋକଗହଣରେ ମିଳାମିଶା ସହ ନୃତ୍ୟ ଜଣେ ଜନନେତା ଭାବରେ ପରିଚୟ ଦେଇଥିଲା । ଏହି ଅବସରରେ ସମାଜ ପ୍ରତି ଅନନ୍ୟ ଅବାଦନ ପାଇଁ ଅରୁନ୍ଧତୀ ଗୃପ୍‌ର ମୁଖ୍ୟ ପରିଚାଳନା ନିଦ୍ଦେର୍ଶକ ବ୍ରହ୍ମାନନ୍ଦ ମେହେରଙ୍କୁ “ଓସାକା” ତରଫରୁ “ଗ୍ଲୋବାଲ ଲିଡର୍‌ସିପ୍‌ ଏକ୍‌ସେଲେନ୍‌ସ ଆୱାଡର଼୍” ସମ୍ମାନ ପ୍ରଦାନ କରାଯାଇଥିଲା । ବ୍ରହ୍ମାନନ୍ଦ ମେହେର ତାଙ୍କର ନୂଆଁଖାଇ ବାର୍ତ୍ତାରେ ଆମ ଅଂଚଳର ମହାନ୍‌ ସଂସ୍କୃତି ଉପରେ ଆଲୋକପାତ କରିବା ସହ କେବଳ “ଗାଁନୁ ଗ୍ଲୋବାଲ” ମୁଖା ନ ହୋଇକି ଯୁବ ପିଢ଼ୀ “ଗ୍ଲୋବାଲ୍‌ରୁ ଗାଁ” ମୁହାଁ ମଧ୍ୟ ହେଲେ ଯାଇ ଗ୍ରାମାଂଚଲର ବିକାଶ ସହ ହଜିଯାଉଥିବା ଆମର ମହାନ୍‌ କଳା ସଂସ୍କୃତି ପରମ୍ପରା ବଂଚି ପାରିବ ବୋଲି କହିଥିଲେ । ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାନଙ୍କ ପ୍ରାରମ୍ଭିକ ପୂଜାର୍ଚ୍ଚନା ପରେ ଓସାକାର ନିଆରା ପରମ୍ପରାରେ ସମସ୍ତେ ତଳେ ବସି ଏକାଠି ନୂଆଁଖାଇ “ଚୁରାକୁଁଡା” ଭକ୍ଷଣ ସହ ଭେଟ୍‌ଘାଟ୍‌ ସମସ୍ତଙ୍କ ଭିତରେ ସମାନତାର ଭାବ ଭରି ଦେଇଥିଲା । ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଗୁରୁ ଶଙ୍କର ବେହେରା ଏବଂ ସଂଗୀତ ସାଧନା ସାଂସ୍କୃତିକ ଦଳ । ଏହି ଅବସରରେ ସୁପ୍ରସିଦ୍ଧ ଦଣ୍ଡଗୁରୁ ବିପିନ୍‌ ଜାଲଙ୍କୁ “ଡଣ୍ଡ ମହର୍ଷି”, ବିଶିଷ୍ଟ କଳାଶିଳ୍ପୀ ଶଙ୍କର ପ୍ରସାଦ ବେହେରାଙ୍କୁ “ସଂସ୍କୃତି ସମ୍ମାନ”, ମଗ୍‌ସିର ନନ୍ଦଙ୍କୁ “ଢୁଲିଆଶ୍ରୀ” ଏବଂ ଡ. କେଦାର ପଟେଲଙ୍କୁ “କଳାକାର ସମ୍ମାନ” ଓସାକା ତରଫରୁ ପ୍ରଦାନ କରାଯାଇଥିଲା । ଯୁବ ପ୍ରତିଭା ଆଶୀଷ କୁମ୍ଭାର, ପ୍ରତୀତି ମିଶ୍ର, ମନୋରଞ୍ଜନ ପଟେଲ, ମାନସୀ କୌଶଲ, ବେବି ରାଉତ, ଚନ୍ଦନ ଶତପଥୀଙ୍କର କଳା ପରିବେଷଣ ବେଶ୍‌ ଆକର୍ଷଣୀୟ ଥିଲା । ସଂଗୀତ ସାଧନାର ଲୋକ ନୃତ୍ୟ, ବିପିନ ଜାଲଙ୍କର ଦଣ୍ଡନୃତ୍ୟ ହାଇଦ୍ରାବାଦ୍‌ରେ ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳ ବାତାବରଣ ସୃଷ୍ଟି କରିଥିଲା । ସମ୍ବଲପୁରୀ ହସ୍ତତନ୍ତ ପ୍ରଚାର ପାଇଁ ବିଜେପୁର “ମେହେର୍‌ସ ସମ୍ବଲପୁରୀ ହେଣ୍ଡଲୁମ୍‌” ତରଫରୁ ପ୍ରଦର୍ଶନ ସହ ସେଲ୍‌ସର ଆୟୋଜନ ହୋଇଥିଲା । ଚଳଚିତ୍ର ନିର୍ଦ୍ଦେଶକ କେ. ତମନ୍ନାଙ୍କୁ ସମ୍ମାନୀତ ସହ, ଅର୍ଜୁନ କୁମାର ସାହୁ ଏବଂ ଶିଲ୍ପୀ ନିଗମାନନ୍ଦ ନାଥଙ୍କୁ ଓସାକା ତରଫରୁ “ସମ୍ମାନୀତ ସଦସ୍ୟ” ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କବି ଅର୍ଜୁନ କୁମାର ସାହୁଙ୍କ “ଚରା” କବିତା ସଂକଳନ ମଧ୍ୟ ଲୋକାର୍ପଣ ହୋଇଥିଲା । କରୋନା କାଳ ପରେ ପ୍ରଥମ କରି ମଂଚରେ ଆୟୋଜିତ ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ପ୍ରାୟ ସାତ ଶହ ପରିବାରଙ୍କ ଉପସ୍ଥିତି ପୁରୁଣା ସ୍ମୃତି ଫେରେଇ ଆଣିଥିଲା । ଶେଷରେ ସମସ୍ତଙ୍କୁ “ଓସାକା” ତରଫରୁ ସଭାପତି ରାମକୃଷ୍ଣ ବାରିକ, ଉପସଭାପତି ଶଙ୍କର ସାହୁ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାମଲ ଧନ୍ୟବାଦ ଜଣେଇଥିଲେ ଏବଂ ଭବିଷ୍ୟତରେ ଓସାକା ସହ ଯୋଡ଼ି ହେବାକୁ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

1 × 5 =