pakka

ଡେଲାଙ୍ଗ ଥାନା ପରିସରରେ ରକ୍ଷକ କର୍ମଶାଳା ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଡକ ଦୁର୍ଘଟଣା ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗଇଦେବା ସହିତ ସେମାନଙ୍କ ଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏନେଇ ରକ୍ଷକ କର୍ମଶାଳା ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଛି । ଏଣିକି ସଡକ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ନେଇଥିବା ଉତ୍ତମ ନାଗରିକଙ୍କୁ ପୁରସ୍କୃତ କରିବା ପାଇଁ ପୁଲିସ ସୁପାରିସ କରି ପାରିବ । ଡେଲାଙ୍ଗ ଥାନା ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ରକ୍ଷକ କର୍ମଶାଳାରେ ପୁରୀ ଏମଭିଆଇ ବାମଦେବ ସାହୁ, ଏଏମଭିଆଇ ଅମିତ୍‌ କୁମାର ରଣା, ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମହାନ୍ତି, ଏସଆଇ ପ୍ରଭୂଦତ୍ତ ବିଶ୍ୱାଳ, ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ୍‌, ଏସଆଇ ଯୁଗଳ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ । ‘ରକ୍ଷକ’ କର୍ମଶାଳାର ପ୍ରଶିକ୍ଷକ ଅଧ୍ୟାପକ ତ୍ରିନାଥ ପରିଡା ଯୋଗ ଦେଇଥିବା ଦୋକାନୀ, ସ୍ଥାନୀୟ ଜନସାଧାରଣଙ୍କୁ ଦୁର୍ଘଟଣା ପରେ ଆହତଙ୍କୁ ଉଦ୍ଧାର କରି କିପରି ପ୍ରାଥମିକ ଚିକିତ୍ସା କରାଇବା ଓ ସୁରକ୍ଷିତ ସହିତ ଡାକ୍ତରଖାନରେ ପହଞ୍ଚାଇବା ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ୨୦୧୬ ମସିହାରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାସ୍ତା ଦୁର୍ଘଟଣା ଆହତଙ୍କୁ ପ୍ରଥମେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୨ ହଜାର ଓ କେନ୍ଦ୍ର ସରକାର ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ ରାଶିର ବ୍ୟବସ୍ଥା ରହିଛି । ଏହା ସହିତ ଉଦ୍ଧାରକାରୀଙ୍କୁ କୌଣସି ଆଇନ ଜାଲରେ ଛନ୍ଦିବାକୁ ବାରଣ ମଧ୍ୟ କରାଯାଇଛି । ପ୍ରଶାସନ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବ ବୋଲି ଆଇଆଇସି ଶ୍ରୀ ମହାନ୍ତି କହିଥିଲେ । ଶ୍ରୀ ରଣା ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସହାୟତା କରିବା ପାଇଁ ଆନ୍ତରିକତା ଓ ସତର୍କତା ସହିତ କାର୍ଯ୍ୟ ସମ୍ପାଦନ କଲେ ଜୀବନ ବଞ୍ଚି ରକ୍ଷା ହୋଇ ପାରିବ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

six + sixteen =

error: Content is protected !!