jsm

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ ଗାନ୍ଧୀ ଷ୍ଟାଡ଼ିଉମଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ସାଧରଣ ସମ୍ପାଦକ ମନରଞ୍ଜନ ମିଶ୍ର ପୂର୍ବ ସଭାର ବିବରଣୀ ପଠନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ତା ୦୧/୧୦/୨୦୨୨ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରତି ସଦସ୍ୟ ୧୦୦ ଟଙ୍କା ଚାନ୍ଦା ଦେବା ପାଇଁ ସ୍ଥିର ହେଲା । ନିମନ୍ତ୍ରିତ ଅଥିତି ଭାବେ ନିର୍ବାଚିତ ପ୍ରତିନିଧିଙ୍କୁ ଡାକିବାକୁ ସ୍ଥିର ହେଲା । ସ୍ଥାନ ଓ ସମୟ ସ୍ଥିର କରିବାକୁ ସଭାପତି ଓ କର୍ମକତାଙ୍କ ଉପରେ ନ୍ୟସ୍ତ କରାଗଲା । ଯେଉଁ ସଭ୍ୟ ମାନେ ଦୀର୍ଘ ଦିନରୁ ବାର୍ଷିକ ଚାନ୍ଦା ଦେଉନାହାନ୍ତି ସେମାଙ୍କୁ ଆଉଥରେ ଅନୁରୋଧ କରିବା ପାଇଁ ସ୍ଥିର ହେଲା ଯଦି ସେମାନେ ସେହି ସମୟ ଭିତରେ ଚାନ୍ଦା ନ ଦିଅନ୍ତି ତେବେ ତାଙ୍କ ସଭ୍ୟ ପଦ ବାତିଲ କରାଯିବା ପାଇଁ ସ୍ଥିର ହେଲା । ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସୁନୀଲ ଚନ୍ଦ୍ର ବିଶ୍ୱାଳ ଅତିରିକ୍ତ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ତତ୍‌ପରେ ସଭାପତି ସଭା ସାଙ୍ଗ କଲେ । ଉକ୍ତ ସଭାରେ ଉପସଭାପତି ପ୍ରଫୁଲ୍ଲ ସାହୁ, ମୁଖ୍ୟ ପରାମର୍ଶଦାତା ସୁଧାଂଶୁ ଦର୍ଜୀ, ପଦ୍ମଚରଣ ଆଚାର୍ଯ୍ୟ, ଉପସଭାପତି ବିରଞ୍ଚି ହୋତା, ଯୁଗ୍ମ ସମ୍ପାଦକ ଚୁଡେନ୍ଦ୍ର କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ମେହେର, ଚିତ୍ତରଞ୍ଜନ ପଟେଲ, ଗୋପାଳକୃଷ୍ଣ ମିଶ୍ର, ସୁରେନ୍ଦ୍ର ନେଗୀ, କପିଳେଶ୍ଵର ଖମାରୀ, ପ୍ରମୋଦକୁମାର ମିଶ୍ର, ହରେକୃଷ୍ଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.