pakka

ବାପୁଜୀ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧଠାରେ ବାପୁଜୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାସ୍ଥଳରେ ଗ୍ରାମର ଆବାଳ ବୃଦ୍ଧ ବନୀତା ଉପସ୍ଥିତ ହୋଇ ଜୁହାର୍ ଭେଟ୍‌ଘାଟ୍‌ ହୋଇଥିଲେ । ମହେନ୍ଦ୍ର ସାହୁ, ମୁକେଶ ସାହୁ, ଲଲିତ‌ ସାହୁ, ଗଣେଶ ସାହୁ, ହେମନ୍ତ ମହାକୁର ବିଶେଷ ସହଯୋଗ କରିଥିଲେ । ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁନି କୁନି କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ସୁରେନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − 1 =