pakka

ନୂଆଁଖାଇ ପରମ୍ପରାରେ ସାମିଲ ହେଲେ ବିଜେପୁର ଥାନା ଅଧିକାରୀ

bbehera

ବିଜେପୁର, (ନିରୋଜ କୁମାର ପାଣୀ) : ଜଣାଶୁଣା ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଘରେ ନୂଆଁ ଖାଇଲେ ବିଜେପୁର ଥାନା ଅଧିକାରୀ ସନୟ ନାୟକ ଓ ତାଙ୍କ ପରିବାର । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମସ୍ଥିତ ଶ୍ରୀମାନ ମିଶ୍ରଙ୍କ ବାସ ଭବନରେ ଅନୁଷ୍ଠିତ ନୂଆଁଖାଇ ପରମ୍ପରାରେ ସାମିଲ ହୋଇଥିଲେ ଆଇଆଇସି ଶ୍ରୀ ନାୟକ, ତାଙ୍କ ପତ୍ନୀ ରଶ୍ମି ଓ ଝିଅ ଅନୟା । ଶ୍ରୀ ନାୟକ ଢେଙ୍କାନାଳର ମୂଳ ନିବାସୀ ହୋଇଥିବାରୁ ପଶ୍ଚିମ ଓଡିଶାରେ ଅନୁଷ୍ଠିତ ନୂଆଁଖାଇରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ନୂଆଁଖାଇ ଅବସରରେ ଅନୁଷ୍ଠିତ ପାରମ୍ପରିକ ଭୋଜନ ତଥା ଜୁହାର ଭେଟ ପର୍ବରେ ସାମିଲ ହୋଇ ସେ ଆନନ୍ଦ ଅନୁଭବ କରିଥିଲେ । ଏହା ବ୍ୟତୀତ ଶ୍ରୀ ମିଶ୍ରଙ୍କ ସହିତ ନୂଆଁଖାଇର ବିଭିନ୍ନ ଗବେଷଣାତ୍ମକ ଦିଗ ଉପରେ ଅଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

6 + sixteen =