pakka

ଭାଇଚାରାର ପର୍ବ ନୂଆଁଖାଇରେ ଏକାଠି ନବାନ୍ନ ଭକ୍ଷଣ କଲେ ୪୦ ପରିବାର

bbehera

ନୂଆପଡା, (ନିରାକାର ମେହରେ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲିର ସାନ ମାହାନପୁରିଆ ଗଙ୍ଗାମିନି ବଂଶୀୟ ପରିବାରର ୪୦ ପରିବାର ୨୦୦ରୁ ଅଧିକ ଲୋକ ଏକତ୍ର ନବାନ୍ନ ଗ୍ରହଣ କରିଥିଲେ ।ପ୍ରଥମେ ପରିବାରର ମୁଖ୍ୟ ପୂଜକ ନୂଆଁ ଧାନକୁ ନେଇ ନବାନ୍ନ ପ୍ରସ୍ତୁତ କରିଥିଲେ । ବଂଶୀୟ ଦେବାଦେବୀ ତଥା ସମଲେଶ୍ଵରୀ, ମହାଲକ୍ଷ୍ମୀଙ୍କଠାରେ ନବାନ୍ନ ଲାଗି ହେବା ପରେ ସମସ୍ତେ ଏକାଠି ହୋଇ ନୂଆଅନ୍ନକୁ ଆନନ୍ଦ ସହକାରେ ସେବନ କରିଥିଲେ । ସାନମାନେ ବଡମାନଙ୍କୁ ନୂଆଁଖାଇ ଜୁହାର୍ କରିବା ସହ ବଡମାନେ ସାନମାନଙ୍କୁ ଆାର୍ର୍ବାଦ ପ୍ରଦାନ କରିଥିଲେ । ଏହି ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଗଣପର୍ବ ଓ ଭାତୃତ୍ୱ ଭାବନା ସୃଷ୍ଟି କରିଥାଏ । ଅନେକ ଲୋକ ଦୂରଦୂରାନ୍ତରୁ ଆସି ଏଠାରେ ଯୋଗଦେବା ସହ ପିଠାପଣାରେ ଗାଁ ଗଣ୍ଡା ମହକି ଉଠିଥିଲା ।

jay balangir
Leave A Reply

Your email address will not be published.

5 × two =