pakka

ବଡଖାନା କରି ଛତ୍ରପୁର ଏନ୍‌ଏସି ଖୁସି ମନାଇଲେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସର ପୂର୍ବଦିନ ଛତ୍ରପୁର ଏନ୍‌ଏସି କଲ୍ୟାଣ ମଣ୍ଡପ ପରିସରରେ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଏନ୍‌ଏସିର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ ଏହି ବଡ଼ଖାନା କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ଖୁବ୍‌ ଖୁସି ମନାଇଥିଲେ । ଉକ୍ତ ଭୋଜି ଆସରରେ ଚେୟାରମ୍ୟାନ ଓ ତାଙ୍କ ସପକ୍ଷର ଲୋକେ ଖୁବ୍‌ ମଜାର ସହ ଖୁସି ମନାଇଥିଲେ । ବିଧାୟକ ସୁବାସ ଚନ୍ଦ୍ର ବେହେରା କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ କେତେଜଣ କାଉନସିଲର ବନ୍ଧୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ ବୋଲି ଜଣାପଡିଛି । ଏହି ଆସର ଏବଂ ପବିତ୍ର ଦିବସ କେବଳ ଚେୟାରମ୍ୟାନଙ୍କ ନିଜ ଘର ବ୍ୟକ୍ତିଗତ କାର୍ଯ୍ୟ ସ୍ୱରୂପ କରିଆସୁଛନ୍ତି ବୋଲି କହି ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି କୁହାଯାଏ । ବାସ୍ତବିକ ଏହି ଭୋଜିସଭା କାର୍ଯ୍ୟକ୍ରମରେ କୌଣସି ସାମ୍ବାଦିକ ଉପସ୍ଥିତ ହୋଇ ନ ଥିଲେ ବୋଲି ଜଣାପଡିଛି । ଆଞ୍ଚଳିକ ସ୍ତରର ଅବା କୌଣସି ସ୍ଥାନର ସାମ୍ବାଦିକଙ୍କୁ ଡକାଯାଇ ନଥିବା ଏକ ଉଦ୍‌ବେଗର ବିଷୟ ହୋଇଥିବା ବେଳେ ସ୍ୱାୟତ ଶାସନ ଦିବସରେ ଚଳିତ ବର୍ଷ ମଧ୍ୟ ସବୁ ସାମ୍ବାଦିକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ସାଧାରଣରେ ଆଲୋଚନା ହୋଉଛି । ଚଳିତ ବର୍ଷ ସ୍ୱାୟତ ଶାସନ ଦିବସରେ କୌଣସି ଆଦର୍ଶ ସ୍ଥିରିକୃତ ଭାବେ କାର୍ଯ୍ୟକ୍ରମ ହୋଇନାହିଁ । ପ୍ରଭାତଫେରି, ଆନୁଷ୍ଠାନିକ ସଭାର ଆରମ୍ଭରେ ମିଳିତ ସ୍ୱାଗତ ସଙ୍ଗୀତ ପରିବେଷଣ, କୌଣସି ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସନ୍ଧ୍ୟାରେ ସାଂସ୍କୃତିକ ଆସର ଆଦିରେ ଉକ୍ତ ଜାତୀୟ ଦିବସ ସମାହିତ ହୋଇନାହିଁ । ଏଣୁ ଟଙ୍କା/ପଇସା ଅର୍ଥ ଠିକ ଭାବେ ବ୍ୟୟ ହୋଇଛି, ନା ହରିଲୁଟ ହୋଇଛି ବୋଲି ତାଙ୍କରି ଭିତରେ ଚର୍ଚ୍ଚାର ସହ ଆଲୋଚନାର ଆଲୋଡନ ଖେଳିଯାଇଛି ।

jay balangir
Leave A Reply

Your email address will not be published.

3 + nine =