pakka

ନୂଆଁ- ଓ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ଆୟୋଜିତ ନୂଆଁ-ଓ କାର୍ଯ୍ୟକ୍ରମର ଦ୍ଵିତୀୟ ଓ ତୃତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଓ ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ସଭାପତିତ୍ଵରେ ପରିଚାଳିତ କାର୍ଯ୍ୟକ୍ରମରେ ଓଡିଆ ଓ ଇଂରାଜୀ ତର୍କ ଏବଂ ପ୍ରବନ୍ଧ, ଫେନ୍ସି ଡ୍ରେସ୍‌, ଖାଦ୍ୟ ପ୍ରଦର୍ଶନୀ, ଚିତ୍ରାଙ୍କନ, ଝୋଟି, ରଙ୍ଗୋଲି ପ୍ରତିଯୋଗିତାରେ ବହୁତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ବିଷ୍ଣୁଚରଣ ସାହୁ, ଅଧ୍ୟାପିକା ସଙ୍ଗୀତା ରାଣୀ ପଧାନ, ସଙ୍ଗୀତା ମେହେର ଓ ନିକିତା ବିଶି ପ୍ରମୁଖ ଯୋଗ ଦେଇଥିବା ବେଳେ ନୋଡାଲ ଅଫିସର ଗୋବିନ୍ଦ ମେହେର, ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା, ଅଧ୍ୟାପିକା ଶୁଭଶ୍ରୀ ସାହୁ, ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତି ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

18 + one =