ବେଦାନ୍ତ ସିପିପିର କନ୍‌ଭେୟର୍‌ ବେଲ୍ଟ୍‌ରେ ଚାପି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ଝାରସୁଗୁଡା, (କେପିଏନ୍‌ଏସ୍‌) : ବେଦାନ୍ତ ସିପିପିର କନ୍‌ଭେୟର୍‌ ବେଲ୍ଟରେ ଚାପି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଡ୍ରାଇଭର ଜଣକ ହେଲେ ଝାରଖଣ୍ଡ ଅଞ୍ଚଳର ଇଫ୍‌ତିକର ଅନସାରୀ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡ୍ରାଇଭର ଜଣକ କୋଇଲା ଅନଲୋଡ଼ କଲା ବେଳେ କନ୍‌ଭେୟର୍‌ ବେଲ୍ଟରେ ଚାପି ହୋଇ ପ୍ରାଣ ହରାଇ ଥିବା ବେଳେ ସେ ବେଲପାହାଡ ଅଞ୍ଚଳରେ ରହି କାମ କରୁଥିଲେ । ଅନ୍ୟପଟେ ପୋଲିସ ପରିବାର ଲୋକଙ୍କୁ ଖବର ଦେବାପରେ ଝାରସୁଗୁଡା ଆସୁଛନ୍ତି ପରିବାର ଲୋକେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.

19 − five =